ଟିକା କେନ୍ଦ୍ରରେ ଅବ୍ୟବସ୍ଥା, ଆଡେଣିଗଡ ଛକରେ ଜାତୀୟ ରାଜପଥ ଅବରୋଧ

0 181

ହରଭଙ୍ଗା,୨୧/୭- ୨୦୦ ଟିକାକୁ ୪ ହଜାର ଲୋକ । ଟିକା କେନ୍ଦ୍ରରେ ଅବ୍ୟବସ୍ଥା କାରଣରୁ ଟିକା ନେବା ପାଇଁ ଆସିଥିବା ହଜାରହଜାର ଲୋକ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ଆଡେଣୀଗଡ ଛକରେ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନାବାହନ ଅଟକି ରହିଛି । ଘଟଣା ସ୍ଥଳରେ ଆଡେଣିଗଡ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି । ସୁଚନାମତେ ବୌଦ୍ଧ ଜିଲ୍ଲା ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଆଡେଣିଗଡ ସ୍ଥିତ ବାପୁଜୀ ହାଇସ୍କୁଲରେ କରୋନା ଟିକାକରଣ ନେଇ ସୁଚନା ଦିଆଯାଇଥିଲା । ସୁଚନା ପାଇ ଆଡେଣିଗଡ ପଂଚାୟତର ବହୁ ଗ୍ରାମର ପୁରୁଷ ଓ ମହିଳା ମାନେ ଟିକାକେନ୍ଦ୍ରରେ ରୁଣ୍ଡ ହୋଇଥିଲେ । ପରେ ଜାଣିଥିଲେ ମାତ୍ର ୨୦୦ ଟିକା ଆସିଛି । ଏହା ଜାଣିବାପରେ ଟିକାନେବା ପାଇଁ ଆସିଥିବା ଲୋକମାନେ ଉତ୍ୟକ୍ତ ହୋଇ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ପୂର୍ବରୁ ମଧ୍ୟ କେନ୍ଦ୍ରକୁ ମାତ୍ର ୨୦୦ ଟିକା ଅଣାଯାଇଥିବାରୁ ବହୁ ଲୋକେ କରୋନା ଟିକା ନେବାରୁ ବଂଚିତ ହେବା ସହିତ ନିରାଶ ହୋଇ ଘରକୁ ଫେରିଥିଲେ ।

hiranchal ad1
Leave A Reply

Your email address will not be published.

14 − 11 =