ସୁବର୍ଣ୍ଣପୁର ଠାରେ କ୍ରିକେଟ ଏକାଡେମୀ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ

0 127

ସୁବର୍ଣ୍ଣପୁର,୨୧/୭- ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ସୋନପୁର ଗାନ୍ଧୀ ପଡିଆରେ ଏକାଡେମୀର ଭିତ୍ଥିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଭର୍‌ଚୁଆଲ ମୋଡରେ ଅନୁଷ୍ଠିତ ଭିତ୍ତିିପ୍ରସ୍ତର ସ୍ଥାପନ ଓ ଫଳକ ଉନ୍ମୋଚନ କାର୍ଯ୍ୟକ୍ରମକୁ ଓସିଏ ସଂପାଦକ ସଂଜୟ ବେହେରା ଓ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଆସୋସିଏସନ ସଭାପତି ରାମଶଙ୍କର ସାହୁ, ସଂପାଦକ ପ୍ରଦୀପ ସେଠୀ,ଉପସଭାପତି ବି. ସତ୍ୟନାରାୟଣ ରାଓ ,କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାତ୍ର, ନବ କୁମାର ସେଠୀ, ଗିରି ଗୋବର୍ଦ୍ଧନ ଥନାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − seven =