କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରାପଡିଲା ବାଘଶିକାରୀ

0 308

ଭୁବନେଶ୍ୱର,୨୧/୭: କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ବୌଦ୍ଧଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ପେଶାଦାର ବାଘଶିକାରୀ ହର ରଣା ଧରାପଡି ଗିରଫ ହୋଇଛି । ତାହାଠାରୁ ବାଘଛାଲ ସମେତ ଶିକାରରେ ବ୍ୟବହାର ହୋଇଥିବା ହାତ ହତିଆର ମଧ୍ୟ ଏସଟିଏଫ ଜବତ କରିଛି । ଏ ସଂପର୍କରେ ଭୁ ବନେଶ୍ୱର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ଦେଇ କୁହାଯାଇଛି ଯେ ବୌଦ୍ଧ ଅଞ୍ଚଳରେ ବାଘଶିକାର ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବାପରେ ଗୋଟିଏ ଏସଟିଏଫ ଟିମ୍‌ ବୌଦ୍ଧଜିଲ୍ଲା ଯାଇ କଣ୍ଟାମାଳରୁ ଶିକାରୀ ରଣାକୁ ଗିରଫ କରିଥିଲେ । ଏହାସହିତ ବାଘଶିକାରୀ ସହିତ କିଏ ଲିଙ୍କରେ ରହିଛନ୍ତି ତାହାର ଖୋଳତାଡ ଏସଟିଏଫ କରୁଥିବାବେଳେ ବାଘଛାଲ କେଉଁଠାରେ ବିକ୍ରି କରୁଥିଲେ ଏ ସଂପର୍କରେ ଛାନଭିନ କରାଯାଉଛି ।

hiring

ଉଲ୍ଲେଖଯୋଗ୍ୟ ଯେ ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ପରିମାଣରେ ବାଘ ଶିକାର ସହିତ ବାଘ ଛାଲ ଜବତ କରାଗଲାଣି । ବିଶେଷକରି ଗତବର୍ଷ ଓ ଚଳିତବର୍ଷ ଲକ୍‌ଡାଉନ ସମୟରେ ଜଙ୍ଗଲ ଶିକାରୀମାନଙ୍କ କାର୍ଯ୍ୟକଳାପ ବୃଦ୍ଧିପାଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ସବୁଜିଲ୍ଲାର ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହିତ ଯୋଗସୂତ୍ର ରକ୍ଷା କରାଯାଇ ଶିକାରୀମାନଙ୍କୁ ଠାବ କରାଯାଉଛି ।

hiranchal ad1
Leave A Reply

Your email address will not be published.

two × 2 =