ହର୍ଷ ଭୋଗଲେ ଚୟନ କଲେ ସର୍ବକାଳୀନ ଭାରତୀୟ ଟେଷ୍ଟ ଦଳ

0 201

ନୂଆଦିଲ୍ଲୀ: ଭେଟେରାନ କ୍ରିକେଟ ସମୀକ୍ଷକ ହର୍ଷ ଭୋଗଲେ ତାଙ୍କର ୬୦ ତମ ଜନ୍ମଦିନ ଅବସରରେ, ସେ ନିଜର ସର୍ବକାଳୀନ ଭାରତୀୟ ଟେଷ୍ଟ ଦଳ ଚୟନ କରିଛନ୍ତି । ସେ ପୂର୍ବରୁ ଆଇପିଏଲ୍‌ ର ସର୍ବକାଳୀନ ଦଳ, ଭାରତ-ପାକିସ୍ଥାନ ମିଳିତ ସର୍ବକାଳୀନ ଦଳ ଆଦି ଚୟନ କରି ଚର୍ଚ୍ଚା ରହିଆସିଛନ୍ତି । ଏହି କ୍ରମରେ ଆଜି ସେ ଭାରତୀୟ ସର୍ବକାଳୀନ ଟେଷ୍ଟ ଦଳ ଚୟନ କରିଛନ୍ତି । ଏବେ ଭାରତୀୟ ଦଳ ପାଇଁ ଖେଳୁଥିବା ଦୁଇଜଣ ଖେଳାଳିଙ୍କୁ ସେ ଏହି ଦଳରେ ସାମିଲ କରିଛନ୍ତି । ତାଙ୍କର ଏହି ଦଳରେ ଓପନର ଭାବେ ବିରେନ୍ଦ୍ର ସେହ୍ୱାଗ ଓ ସୁନିଲ ଗାଭାସ୍କରଙ୍କୁ ରଖିଛନ୍ତି । ସେହିପରି ତୃତୀୟ ସ୍ଥାନରେ ଦି ୱାଲ ରାହୁଲ ଦ୍ରାବିଡଙ୍କୁ ରଖିଥିବା ବେଳେ ଚତୁର୍ଥ ସ୍ଥାନରେ ସଚିନ ତେନ୍ଦୁଲକର, ପଞ୍ଚମ ସ୍ଥାନରେ ବିରାଟ କୋହଲି, ଷଷ୍ଠ ସ୍ଥାନରେ ଏମ୍‌ଏସ୍‌ ଧୋନୀଙ୍କୁ ସେ ସ୍ଥାନ ଦେଇଛନ୍ତି ।
ହର୍ଷ ଭୋଗଲେଙ୍କ ଜନ୍ମଦିନରେ ସଚିନ୍‌ ତେନ୍ଦୁଲକର ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କ ସହ ଅନେକ ଖେଳାଳି ଶୁଭେଚ୍ଛା ଜଣାଇ ଆଗକୁ ଏକ ଭଲ ଭବିଷ୍ୟତ କାମନା କରିଥିଲେ । ତେବେ ତାଙ୍କ ଇଲେଭେନରେ କିଏ ଅଧିନାୟକ ଏବଂ ଉପ-ଅଧିନାୟକ ହେବେ ବୋଲି ଭୋଗଲ୍‌ ପ୍ରକାଶ କରିନାହାଁନ୍ତି, ବରଂ ଏହି ସର୍ବକାଳୀନ ଦଳରେ ବର୍ତ୍ତମାନର ଦଳରୁ କେବଳ ବିରାଟ ଏବଂ ଆର ଅଶ୍ୱିନ୍‌ ସ୍ଥାନ ପାଇଛନ୍ତି ।
ଦଳ : ୧. ସୁନୀଲ ଗାଭାସ୍କର ୨. ବିରେନ୍ଦ୍ର ସେହୱାଗ ୩. ରାହୁଲ ଦ୍ରାବିଡ ୪. ସଚିନ ତେନ୍ଦୁଲକର ୫. ବିରାଟ କୋହଲି ୬. ଏମଏସ ଧୋନି ୭. କପିଲ ଦେବ ୮. ରବିଚନ୍ଦ୍ରନ ଅଶ୍ୱିନ ୯. ଅନିଲ କୁମ୍ବଲେ ୧୦. ଜାଭାଗଲ ଶ୍ରୀନଥ ୧୧. ଜହିର ଖାନ

hiranchal ad1
Leave A Reply

Your email address will not be published.

three × 2 =