ଅଶ୍ଲୀଳ ସିନେମା : ଶିଳ୍ପା ସେଟ୍ଟୀଙ୍କୁ କ୍ଲିନଚିଟ ଦେଲା ମୁମ୍ବାଇ ପୁଲିସ

0 556

ମୁମ୍ବାଇ : ଅଶ୍ଳୀଳ ସିନେମା ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଥିବାବେଳେ ତାଙ୍କ ପନôୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୁଲିସ କ୍ଲିନ ଚିଟ ଦେଇଛି  । ଶିଳ୍ପାଙ୍କ ସଂପୃକ୍ତିର କୌଣସି ପ୍ରମାଣ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି  । ରାଜ କୁନ୍ଦ୍ରା ଅଶ୍ଳୀଳ ସିନେମା କରି ତାହାକୁ ବିକ୍ରି କରୁଥିଲେ  । ଏଚ ଆକାଉଂଟ ନାମରେ ହ୍ୱାଟସଆପ ଗ୍ରୁପ କରି ସେଥିରେ ୫ ଜଣଙ୍କୁ ସାମିଲ କରାଇଥିଲେ  । ଏଥିରେ ସେ ବ୍ୟବସାୟ ସଂକ୍ରାନ୍ତୀୟ ଆଲୋଚନା କରୁଥିଲେ  ।  ମାର୍କେଟିଂ ଠାରୁ ନେଇ ମଡେ଼ଲରମାନଙ୍କୁ ପାରିଶ୍ରମିକ ଆଦି ସଂକ୍ରାନ୍ତରେ ଆଲୋଚନା କରିଥା’ନ୍ତି  ।
ରାଜ କୁନ୍ଦ୍ରାଙ୍କ ଏହି ଅଶ୍ଳୀଳ ଭିଡ଼ିଓ ସଂକ୍ରାନ୍ତରେ ଫେବୃଆରୀ ମାସରୁ ମାମଲା ହୋଇଥିଲା  । କେତେକ ଅଭିଯୁକ୍ତଙ୍କୁ ଧରାଯିବା ପରେ ରାଜ କୁନ୍ଦ୍ରାଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା  । ଅପରପକ୍ଷରେ ରାଜ କୁନ୍ଦ୍ରା ବନ୍ଧା ହେବା ପରେ ଶିଳ୍ପା ଲାଜରେ ଅନେକ ସୋ’ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି  ।

hiranchal ad1
Leave A Reply

Your email address will not be published.

seven − two =