ପ୍ରିୟଙ୍କା ହତ୍ୟା ଘଟଣା : ସିନ୍ଦୂର ଲଗାଇଲି ହତ୍ୟା କଲି

0 366

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ଆଜି ତଦନ୍ତକାରି କମିଶନରେଟ ପୁଲିସକୁ ପୁଣି ତାଜା ତଥ୍ୟ ମିଳିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ପ୍ରିୟଙ୍କାଙ୍କ ପ୍ରେମିକ ଜଗନ୍ନାଥ ଆଜି କମିଶନରେଟ୍‌ ତଦନ୍ତକାରୀ ପୁଲିସ ଟିମ୍‌କୁ ଜେରା ସମୟରେ ସତ ଓଗାଳିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏହି ହତ୍ୟା ଘଟଣା ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଇ କହିଛନ୍ତି ଯେ, ଅଭିଯୁକ୍ତ ଜଗନ୍ନାଥ ଏବେ ମାନସିକ ଭାବେ ସୁସ୍ଥ ହେବାରୁ ତାକୁ ଆଜି ଜେରା କରାଯାଇଥିଲା । ଜେରା ସମୟରେ ସେ ହିଁ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ସେ କହିଛି ଯେ, ଘଟଣାର ଚାରିଦିନ ପୂର୍ବରୁ ସେ ହତ୍ୟାକାଣ୍ଡ ରଚିବା ପାଇଁ କରିଥିଲା ଯୋଜନା । ଏବଂ ସେହି ଦିନ ହତ୍ୟା କରିବା ସୁନିଶ୍ଚିତ ମନେ କରି ଆଗରୁ ସୁଇସାଇଡ୍‌ ନୋଟ୍‌ ଲେଖିଥିଲା । ଘଟଣା ଦିନ ସକାଳ ୯ଟାରେ ସେ ଭୀମଟାଙ୍ଗୀରେ ଯାଜପୁରରୁ ଆସି ପହଞ୍ଚିଥିଲା । ପ୍ରିୟଙ୍କା ସ୍ୱାମୀ ଅଫିସ ଚାଲିଯିବା ପରେ ସେ ପ୍ରିୟଙ୍କା ଘରେ ପ୍ରବେଶ କରିଥିଲା । ଗଲାବେଳେ ସାଙ୍ଗରେ କୁନି ପୁଅ ପାଇଁ ଚକଲେଟ୍‌, ସିନ୍ଦୂର ଓ ଛୁରୀ ଲୁଚାଇ ନେଇଥିଲା । ଘରେ ଥିବା ସମୟରେ ପ୍ରିୟଙ୍କାଙ୍କୁ ପ୍ରଥମେ ବୁଝାଇଥିଲା । କୁନି ପୁଅ ସହିତ ସେଲ୍‌ଫି ନେଇଥିଲା । ଏହି ସମୟରେ ଉପର ମହଲାରେ ରହୁଥିବା ଘର ମାଲିକ ପ୍ରିୟଙ୍କାଙ୍କ କବାଟ ଠକ୍‌ଠକ୍‌ କରିବାରୁ ସେ ଗାଧୁଆଘରେ ଲୁଚିଯାଇଥିଲା । ଘର ମାଲିକ ପ୍ରିୟଙ୍କା ଦହିବରା ଦେଇ କୁନି ପୁଅକୁ ଉପରକୁ ନେଇଯାଇଥିଲା । ଏହାପରେ ସେ ପ୍ରିୟଙ୍କାଙ୍କୁ ତାହା ସାଙ୍ଗରେ ଫେରାର ହୋଇଯିବା ପାଇ ବୁଝାଇଥିଲା ମାତ୍ରା ପ୍ରିୟଙ୍କା ରାଜି ହୋଇନଥିଲା । ଏଥିପାଇଁ ପ୍ରିୟଙ୍କା ସହିତ ତାର ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏହି ଗଣ୍ଡଗୋଳ ଭିତରେ ଅଭିଯୁକ୍ତ ଜଗନ୍ନାଥ ପ୍ରିୟଙ୍କାଙ୍କୁ ସିନ୍ଦୂର ପିନ୍ଧାଇବା ପରେ ହତ୍ୟା କରିଥିବା ସ୍ୱୀକାର କରିଛି । ଡିସିପି ଶ୍ରୀ ଦାସ କହିଛନ୍ତି ଏବେ ସୁଦ୍ଧା ଜଗନ୍ନାଥର ଡାହାଣ ହାତରେ ହୋଇଥିବା ଅପରେସନ ସଫଳ ହୋଇନାହିଁ । ଚିକିତ୍ସା ମଧ୍ୟରେ ସେ ଏବେବି ରହିଛି, ତେଣୁ ଜଗନ୍ନାଥଠାରୁ ଘଟଣା ସଂପର୍କରେ ପୁଣି ତଥ୍ୟ ସଂଗ୍ରହ କରି ତଦନ୍ତକାରୀ ଟିମ୍‌ । ଜଗନ୍ନାଥଙ୍କ ହାତରେ ଏବେ ପ୍ଲାଷ୍ଟିକ ସର୍ଜରୀ ହୋଇଛି,ତେଣୁ ଆଉ ସପ୍ତାହକ ମଧ୍ୟରେ ସେ ସୁସ୍ଥ ହେବା ପରେ ତାହାକୁ ପୂର୍ବ ସଂପର୍କ ନେଇ କମିଶନରେଟ୍‌ ପୁଲିସ ପଚରାଉଚରା କରିବ ।

hiranchal ad1
Leave A Reply

Your email address will not be published.

14 − nine =