ହରଭଙ୍ଗା,୬/୯ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଲାଲବାହାଦୂର ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ତିଲେଶ୍ୱରର ପୂର୍ବତନ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ମାତାଦିନ ଅଗ୍ରୱାଲଙ୍କ ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ଉକ୍ତ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୩ଜଣ ଛାତ୍ରୀଙ୍କୁ ଯଥା ଅଙ୍କିତାମୟୀ ସାମଲ, ସତ୍ୟଭାମା ପ୍ରଧାନ, ପ୍ରଜ୍ଞାସିନୀ ସାହୁ, କ୍ରମାନୟରେ ପ୍ରଥମ ଛାତ୍ରୀଙ୍କୁ ୨୦ ହଜାର, ଦ୍ୱିତୀୟ ଛତ୍ରୀଙ୍କୁ ୧୦ ହଜାର, ତୃତୀୟ ଛତ୍ରୀଙ୍କୁ ୫ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ମାତାଦିନ ଅଗ୍ରୱାଲଙ୍କ ସାନଭାଇ ତଥା ଅନ୍ୟତମ ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲଙ୍କ ଉପସ୍ଥିତିରେ ୩ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ୧୦ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଗିରିଜା ଶଙ୍କର ପଟ୍ଟନାୟକ,ପୁରୁଷୋତ୍ତମ ପଟ୍ଟନାୟକ, ଅର୍ଜୁନ ପ୍ରଧାନ, ଛାତ୍ରୀମାନକୁ ଉତ୍ସାହିତ କରିବାସହ ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।