ପୁରୁଣାକଟକ ଷ୍ଟେଟ ବ୍ୟାଙ୍କ ତରଫରୁ ମହିଳାଙ୍କୁ ମିଳିଲା ୨ ଲକ୍ଷ ଟଙ୍କା

0 461

ବୌଦ୍ଧ/ହରଭଙ୍ଗା,୨୫/୮- ବୌଦ୍ଧଜିଲ୍ଲା ପୁରୁଣାକଟକ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ରାମଗଡ଼ ପଞ୍ଚାୟତ ମହିବାହାଲ ଗ୍ରାମର ବାସିନ୍ଦା ସଂଯୁକ୍ତା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ମାଧ୍ୟମରେ ଆଜି ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରବନ୍ଧକ ଫୁଲବାଣୀ ହୃଦୟ ରଞ୍ଜନ ଦାଶ, ହରଭଙ୍ଗା ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର, ଲିଡ଼ ବ୍ୟାଙ୍କ ମ୍ୟାନେଜର ବୌଦ୍ଧ ରବୀନ୍ଦ୍ର କୁମାର ସେଠୀ, ପୁରୁଣାକଟକ ଶାଖା ପରିଚାଳକ ପ୍ରକାଶ କୁମାର ସାହୁ, ଷ୍ଟେଟ ବ୍ୟାଙ୍କ ଲାଇଫ ବିଡ଼ିଏମ କରମ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇଥିବା ମହିଳାଙ୍କ ସ୍ୱାମୀ ବିଜ୍ଞାନ କୁମାର ପ୍ରଧାନ ଗତ ଜାନୁଆରୀ ୫ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ବାର୍ଷିକ ୩୩୦ ଟଙ୍କାର ଏହି ଯୋଜନାରେ ଏକ ଖାତା ଖୋଲିଥିଲେ । ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ମାଧ୍ୟମରେ ସମସ୍ତେ କିପରି ବୀମା ଖାତା ଖୋଲି କମ ପ୍ରିୟୟମରେ ଅଧିକ ଉପକୃତ ହେବେ ଉପସ୍ଥିତ ଅଧିକାରୀମାନେ ମତ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 1 =