ବୌଦ୍ଧ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

0 130

ଜହ୍ନାପଙ୍କ,୨୬/୧୦:- ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ଅଧିନସ୍ଥ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ ତେଲିବନ୍ଧ ଠାରେ ବୌଦ୍ଧ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ଉଦଘାଟନ କରିଥିବାବେଳେ ସିଆରସିସି ରାଜକୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥବାବେଳେ ଶମ୍ଭୁ ଗିରି ଧନ୍ୟବାଦ ଦେଇଥିଲେ । ବରିଷ୍ଠ ଓ କନିଷ୍ଠ ଦୁଇଟି ବିଭାଗରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ହସ୍ତାକ୍ଷର ଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଷୟରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ତେଲିବନ୍ଧ ପଞ୍ଚାୟତ ସରପଞ୍ଚ ରତ୍ନାକର ନାଏକ, ଜଗତି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦେହୁରୀ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା, ଅଖିଳ କୁମାର ପ୍ରଧାନ, ତେଲିବନ୍ଧ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୌଦାମିନୀ ପ୍ରଧାନ, ଏସ୍‌ ଏମ୍‌ ସି ସଭାପତି ପ୍ରଦିପ କୁମାର ମହାକୁଳ ଯୋଗ ଦେଇଥିଲେ । ବୌଦ୍ଧ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତେଲିବନ୍ଧ ସିଆରସିସି ରାଜ କୁମାର ପ୍ରଧାନ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଖଜୁରୀପଡ଼ା ସିଆରସିସି ଲବ କିଶୋର ପ୍ରଧାନ ଧନ୍ୟବାଦ ଦେଇଥିଲେ । ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚ଼ବିଦ୍ୟାଳୟ ପ୍ରଥମ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଦ୍ୱିିତୀୟ, ଗିରାଶିଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ୨୯ ଟି କ୍ଲଷ୍ଟରରୁ ୨୦ ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ । ସମୁଦାୟ ୬୦୦ ଜଣ ଛାତ୍ର /ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଅଶୋକ ପ୍ରଧାନ, ସୁବାଷ ପ୍ରଧାନ, ସନ୍ତୋଷ ପ୍ରଧାନ, ସରୋଜ ସାହୁ, ତରଙ୍ଗିନୀ ବେହେରା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 + four =