କୁଲୁତାଖଲିରେ ମେଗା ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

0 58

ବୌଦ୍ଧ/ଜହ୍ନ ।ପଙ୍କ,୯/୨: ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅନ୍ତର୍ଗତ ବାଉଁଶୁଣୀ ପ୍ରାଣୀ ଚିକିତ୍ସାଳୟ ଅଧୀନସ୍ଥ ମୁଣ୍ଡିପଦର ପଂଚାୟତ ଅନ୍ତର୍ଗତ କୁଲୁତାଖଲି ଗ୍ରାମରେ ମେଗା ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଦୀପ୍ତ କୁମାର ରଥ, ସମ୍ମାନୀତ ଅତିଥି ଭାବେ ମୁଣ୍ଡିପଦର ସରପଞ୍ଚ ସୁରୁଚି ଧଳ ଯୋଗ ଦେଇଥିଲେ । ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ ଡା. ହୃଷିକେଶ ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଭାସ କୁମାର ବେହେରା, ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା ଓ ବୌଦ୍ଧ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସିକା ଡା. ସୋନାଲି ରାଉତ ପ୍ରମୁଖ ଯୋଗ ଦେଇ ଶିବିରରେ ପ୍ରାଣୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଚିକିତ୍ସା ସେବା ପ୍ରଦାନ କରିଥିଲେ । ଶିବିରରେ ୧୮୧ ଗୋଟି ଗାଈ, ବଳଦଙ୍କୁ ଗଳା ଫୁଲା ଟୀକା ୧୭୪ ଗୋଟି ଛେଳି ମେଣ୍ଢାଙ୍କୁ ପିପିଆର ଟୀକା ସହିତ ସମସ୍ତଙ୍କୁ କୃମି ଔଷଧ ସହିତ ଅନ୍ୟାନ୍ୟ ଦରକାରୀ ଔଷଧ ବିତରଣ କରାଯାଇଥିଲା । ଶିବିରରେ କୁଲୁତାଖଲି, ଗୋଛାପଡା଼, ବଡ଼ଖଲିଗାଁ, ପଲସପାଟ, କିରାସିରା, ଧୁଡୁରୁବାହାଲ ଆଦି ୬ ଗୋଟି ଗ୍ରାମର ଶତାଧିକ ଚାଷୀ ଉପକୃତ ହୋଇଥିଲେ । ଚିକିତ୍ସା ଶିବିର ପରେ ଚାଷୀ ମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାଣୀ ମାନଙ୍କର ବିଭିନ୍ନ ସଂକ୍ରାମକ ରୋଗ ନିୟନ୍ତ୍ରଣ, ଗୋ ପ୍ରଜନନ ଜନିତ ସମସ୍ୟାର ନିରାକରଣ ଓ ସବୁଜ ଘାସ ଚାଷ ଆଦି ବିଷୟରେ ଚାଷୀମାନଙ୍କୁ ସଚେତନ କରିବା ସହିତ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରାଯାଇଥିଲା । ଏଥିରେ ସଚ୍ଚିଦାନନ୍ଦ ଖମାରୀ ପ୍ରାଣୀଧନ ନିରୀକ୍ଷକ ଦହ୍ୟ ।, ସୌଭାଗ୍ୟ ପ୍ରଧାନ ପ୍ରାଣୀଧନ ନିରୀକ୍ଷକ ମୁଣ୍ଡାପଡ଼ା, ରଂଜନ ବାଘ ପ୍ରାଣୀଧନ ନିରୀକ୍ଷକ ସାହାଜପାଲଙ୍କ ସମେତ ମୁଣ୍ଡାପଡ଼ା ପ୍ରାଣୀମିତ୍ର ମଞ୍ଜୁ ବାଳା ଉର୍ମା, ତେଲିବନ୍ଧ ମୈତ୍ରୀ ନଗେଶ ସାହା, ଗୋ ସ୍ୱେଚ୍ଛାସେବୀ ବିକୁ ଭୋଇ,ସିକୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen − four =