ଜହ୍ନ ।ପଙ୍କ,୧୫/୧୧: ବୌଦ୍ଧ ବ୍ଳକ ତେଲିବନ୍ଧରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ୧୬ ତାରିଖରେ କଳସ ଯାତ୍ରା,୧୭ ଓ ୧୮ ରାମାୟଣ ପରାୟଣ ୧୯ ରୁ ୨୧ ଚବିଶ ପ୍ରହର ନାମଯଜ୍ଞ ଏବଂ ୨୨ ରେ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ହେବ ବୋଲି ଆୟୋଜକ ତେଲିବନ୍ଧ ଗ୍ରାମବାସୀ କହିଛନ୍ତି । ଏହି ଉତ୍ସବରେ ସିଦ୍ଧ ବିନାୟକ ମଣ୍ଡପ, ବିଷ୍ଣୁ ସହସ୍ର ମଣ୍ଡପ, ନାମ ମଣ୍ଡପ, ଯଜ୍ଞ ମଣ୍ଡପ, ହନୁମାନ ମଣ୍ଡପ ଆଦି ସ୍ଥାପନ କରାଯିବ । କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଭାବେ ରାମଚନ୍ଦ୍ର ହୋତା, ପୁସ୍ତକାଚାର୍ଯ୍ୟ ଭାବେ ପଣ୍ଡିତ ବିଭୀଷଣ ଚାନ୍ଦ ଯୋଗ ଦେବା ସହିତ ବିଭିନ୍ନ ଅଂଚଳରୁ ସାଧୁ ସନ୍ୟାସୀ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି । ବିଭିନ୍ନ ମଣ୍ଡପର ମୁଖ୍ୟ କର୍ତ୍ତାଭାବେ ବିଶିିକେସନ ପ୍ରଧାନ ଓ ତାଙ୍କର ଧର୍ମପତ୍ନୀ ଗାୟତ୍ରୀ ପ୍ରଧାନ,ଶାନ୍ତନୁ କର୍ଣ୍ଣ-ସୌରେନ୍ଦ୍ରୀ କର୍ଣ୍ଣ, ବିଶିକେସନ ପ୍ରଧାନ-ରଶ୍ମିତା ପ୍ରଧାନ, ସୁଜିତ ପ୍ରଧାନ -ନଳିନୀ ପ୍ରଧାନ, ଅଶୋକ ପ୍ରଧାନ-କୁସୁମ ପ୍ରଧାନଙ୍କୁ ମନୋନୀତ କରାଯାଇଛି । ତେଲିବନ୍ଧ ଗ୍ରାମବାସୀଙ୍କ ତତ୍ୱ।ବଧାନରେ ଏହା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।