ମା ମାହେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସାହାଜପାଲ ଚମ୍ପିୟାନ

0 117

ଜହ୍ନାପଙ୍କ,୧୪/୧୧ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ମା ମ ।ହେଶ୍ୱରୀ ଫୁଟବଲ ଏସୋସିଏସନ ପକ୍ଷରୁ ୨ଦିନ ଧରି ଚାଲିଥିବା ୧୨ ତମ ମା ମାହେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ଖେଳସହ ଉଦଯାପିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ସରସରା ଓ ସାହାଜପ ।ଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସରସରା ୧-୦ ଗୋଲରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲକୁ ଯାଇଥିଲା । ଦ୍ୱିତୀୟ ସେମିଫାଇନାଲ ପଞ୍ଚରା ଓ ବାବା ବିଶ୍ୱନାଥ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ପଞ୍ଚରା ଦଳ ବିଳମ୍ବରେ ଆସିବାରୁ ରେଫରୀ ବାବା ବିଶ୍ୱନାଥ କ୍ଳବକୁ ୱ ।କଓଭର ଦେବାରୁ ଦ୍ୱିିତୀୟ ଦଳଭାବେ ବାବା ବିଶ୍ୱନାଥ କ୍ଳବ ଫାଇନାଲକୁ ଯାଇଥିଲା । ଅନୁଷ୍ଠିତ ଫାଇନାଲ ଖେଳ ସାହାଜପାଲ ଓ ବାବା ବିଶ୍ୱନାଥ କ୍ଳବ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନପାରିବାରୁ ଟ୍ରାଇବେକର ସାହାଯ୍ୟ ନିଆଯାଇଥିଲା । ଏଥିରେ ସାହାଜପାଲ ୪-୨ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଆଜିର ଖେଳକୁ ରେଫରୀ ବେଦବ୍ୟାସ ମେହେର ପରିଚାଳନା କରିଥିବାବେଳେ ତାଙ୍କୁ ଲାଇନରେ ଅମିତ ନାଏକ, ତାପସ ଭୋକ୍ତା ସହଯୋଗ କରିଥିଲେ । ଅମ୍ବରୀଶ ପ୍ରଧାନ ଚତୁର୍ଥ ରେଫରୀ ଦାୟିତ୍ୱ ତୁଲାଇଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ଭାବେ ବୌଦ୍ଧବ୍ଳକ ଉପ ।ଧ୍ୟକ୍ଷ ମନରଞ୍ଜନ ପୁରୋହିତ, ଅବସରପ୍ରାପ୍ତ ସହକାରୀ କୃଷି ଅଧିକାରୀ ନାରାୟଣ ମିଶ୍ର, ଖୁଂଟବନ୍ଧ ପୂର୍ବତନ ସରପଞ୍ଚ ଯୋଗେଶ୍ୱର ମହାକୁଳ, ଅତ୍ରି ପ୍ରଧାନ, ବୁରକଟା ଗ୍ରାମର ପୂର୍ବ ସଭାପତି ଦେବାର ବିଶି ଯୋଗଦେଇ ଉପ ବିଜେତା ଦଳକୁ ଟ୍ରଫି ସହ ୩ ହଜାର ୫ଶହ ଟଙ୍କା ଓ ଚମ୍ପିୟାନ ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ଶାନ୍ତନୁ ଜେନା ସଭା ପରିଚାଳନା କରିଥିଲେ । ମା ମାହେଶ୍ୱରୀ ଫୁଟବଲ ଆସୋସିଏସନ ବୁରକଟାର ପୁଷ୍ପରାଜ ପ୍ରଧାନ, ସମୀର ପ୍ରଧାନ, ସଲିଲ ପ୍ରଧାନ, ସୁଶାନ୍ତ ପ୍ରଧାନ, ସଚି କର୍ମୀ, କୈଳାସ ଅମାତ, ଅଜିତ ପ୍ରଧାନ, ପ୍ରୀତମ ଦେହୁରୀ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − 8 =