ବାଉଁଶୁଣୀରେ ଉଡାନ୍‌-୨୦୨୧ ଉଦଯାପିତ

0 141

କଣ୍ଟାମାଳ,୧୪/୧୧ – ଗତକାଲି ଠାରୁ ବାଉଁଶୁଣୀଠାରେ ଆୟୋଜିତ କୈଶୋର ସମ୍ମେଳନ (ଉଡାନ-୨୦୨୧) ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଗତକାଲି ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଶିଶୁ ସୁରକ୍ଷା, ଶିଶୁ ଅଧିକାର ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ହୋଇଥିବା ଶିଶୁ ସଂପର୍କୀତ ଯୋଜନା ଉପରେ ଆଲୋକପାତ କରିବାସହ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍କୁଲକୁ ଫେରିବା ପୋଷ୍ଟରକୁ ଉନ୍ମୋଚିତ କରିଥିଲେ । ଏହି ଅବସରରେ ଅଂଶଗ୍ରହଣ କରିଥିବା ଶିଶୁମାନେ ୫ ଗୋଟି ଦାବୀ ଜିଲ୍ଲାପାଳଙ୍କ ଠାରେ ଉପସ୍ଥାପିତ କରିଥିଲେ । ଦାବୀ ଗୁଡିକ ମଧ୍ୟରେ ସମସ୍ତ ଉଚ୍ଚ ବିଦ୍ୟାଳୟରେ କେରିୟର କାଉନସିଲିଂର ବ୍ୟବସ୍ଥା କରାଯାଉ, ଜୀବନ କୌଶଳ ଓ ସ୍ୱାସ୍ଥ୍ୟଶିକ୍ଷା କାର୍ଯ୍ୟକ୍ରମ ପାଇଁ ସାପ୍ତାହିକ ଏକ ସ୍ୱତନ୍ତ୍ର କ୍ଲାସ ପ୍ରତ୍ୟେକ ଶ୍ରେଣୀରେ ପଢାଯାଉ, ଶ୍ରଦ୍ଧା କ୍ଲିନିକ କାର୍ଯ୍ୟକ୍ରମକୁ ପ୍ରତି ୩ ମାସକୁ ଥରେ ପଞ୍ଚାୟତ ସ୍ତରକୁ ନିଆଯାଉ, ବ୍ଲକ ସ୍ତରରେ କିଶୋର ଓ କିଶୋରୀ ମାନଙ୍କ ପାଇଁ ଏକ ସାଧନ କେନ୍ଦ୍ର ପ୍ରତିଷ୍ଠା କରାଯାଉ, କିଶୋର ଓ କିଶୋରୀ ମାନଙ୍କ ପାଇଁ ଯୋଗ୍ୟତା ଭିତ୍ତିରେ ଏବଂ ସେମାନଙ୍କ ଇଚ୍ଛା ମୁତାବକ ଦକ୍ଷତା ବୃଦ୍ଧି କାର୍ଯ୍ୟରେ ସାମିଲ କରାଯାଉ । ଜିଲ୍ଲାପାଳ ଶିଶୁ ମାନଙ୍କ ଦ୍ୱାରା ଉପସ୍ଥାପିତ ଉତ୍ସାହମୂଳକ ଦାବୀ ଗୁଡିକୁ ଶୀଘ୍ର ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ ।

hiring

ଆଜି ଅନୁଷ୍ଠିତ ଉଦଯାପନୀ ସମାରୋହରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଅଧ୍ୟାପକ ପ୍ରବୀର ଦାଶ, ଆଶିଷ ଅଗ୍ରୱାଲା ଯୋଗ ଦେଇ ସାମାଜିକ ମାଧ୍ୟମର ବ୍ୟବହାର, ଅପବ୍ୟବହାର ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହି ଉଡାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନେଇ ଅନୁଷ୍ଠାନର ମୂଖ୍ୟ ରାଜେନ୍ଦ୍ର ମେହେର କହିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସୁରେଶ ପ୍ରଧାନ, ସୁବ୍ରତ ଜେନା, ଅସିମା ନାଏକ, ଅରୁଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + 12 =