ଭାଇ ଟିକେ ହାଉଲେ ଚାଲ୍‌-ଭଲ ନାହିଁ ରାସ୍ତାର ହାଲ୍‌ : କଣ୍ଟାମାଳ ପୂର୍ତ୍ତ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ

0 198

କଣ୍ଟାମାଳ,୧୭/୬- ବୌଦ୍ଧଜିଲ୍ଲା ଆଭ୍ୟନ୍ତରୀଣ ଅଞ୍ଚଳ ନାରାୟଣପ୍ରସାଦକୁ ସଂଯୋଗ କରୁଥିବା ଡୁମାଲପାଲି-ସିମିଳିଯୋରା-ନାରାୟଣପ୍ରସାଦ-ଆମ୍ବଗାଁକୁ ସଂଯୋଗ କରୁଥିବା ରାସ୍ତା ଖଣ୍ଡିକ ବର୍ଷର ପ୍ରଥମ ବର୍ଷାରେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି । ପୂର୍ତ୍ତବିଭାଗ ଦ୍ୱାରା ଏହି ରାସ୍ତାର ଉନ୍ନତି ପାଇଁ ପାଇଁ ପ୍ରାୟ ୭କୋଟି ଟଙ୍କାରେ ବ୍ୟୟରେ ରାସ୍ତାର ବିଭିନ୍ନ ସ୍ଥାନରେ ପୋଲ ନିର୍ମାଣ ଚାଲିଥିବା ବେଳେ କାର୍ଯ୍ୟର ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନ ଅତି ଶୋଚନୀୟ ହୋଇପଡିଛି । ସାଧାରଣତଃ ପୋଲ ନିର୍ମାଣ ପରେ ଲୋକଙ୍କ ଯାତୟାତ ପାଇଁ ପୋଲ ଉପରେ ମେଟାଲ, ମୋରମ ଦେବାର ବ୍ୟବସ୍ଥା ରହିଥିଲେ ହେଁ ମାଟି ଦେଇ କାମ ଚଳାଇ ଦିଆଯାଉ ଥିବା ହେତୁ ସପ୍ତାହେ ହେଲା ବର୍ଷାରେ ରାସ୍ତାଟି ମରଣଯନ୍ତା ହୋଇ ପଡଛି । ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟି ଚାଲିଛି । ରାସ୍ତାର ତିଲକାମାଲ ନିକଟରେ ନିର୍ମିତ ତିନିଗୋଟି ପୋଲ ଉପରେ ଯାତୟାତ କରିବା ସମ୍ଭବ ହୋଇ ପାରୁନଥିବାବେଳେ ଏହି ରାସ୍ତାର ପ୍ରାୟ ଏକ କିଲୋମିଟର ରାସ୍ତାର ସ୍ଥାୟୀନିର୍ମାଣ ପାଇଁ ଠିକାଦାର ଧରାଛୁଆଁ ଦେଉନଥିବା ହେତୁ ବର୍ଷା ହେଲେ ରାସ୍ତା ଖଣ୍ଡିକ ଅମଡାବାଟ ହୋଇ ପଡୁଛି ।

hiring

ରାସ୍ତାଟିର ଦୂରବସ୍ଥା ଦେଖି ଲୋକେ ଭାଇ ଟିକେ ହାଉଲେ ଚାଲ୍‌-ଭଲନାହିଁ ରାସ୍ତାର ହାଲ୍‌ ବୋଲି ମଧ୍ୟ କହିବା ଆରମ୍ଭ କଲେଣି । ଗତକାଲି ରାସ୍ତାର ଦୂରାବସ୍ଥା ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ତୁରନ୍ତ ରାସ୍ତାରେ ଡଷ୍ଟ, ବାଲି, ମୋରମ ପକାଇ ବ୍ୟବହାର ଉପଯୋଗୀ କରାଯିବ ବୋଲି କହିଥିଲେ ହେଁ ଏଯାବତ ସମ୍ଭବ ହୋଇ ପାରିନଥିବା ଜଣାଯାଇଛି । ସେହିପରି ରାସ୍ତାଟିର ନିର୍ମାଣରେ ଟେଣ୍ଡର ପାଇଥିବା ଠିକାଦାର ଓ ପେଟି ଠିକାଦାର ମାନଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ଏଭଳି ସମସ୍ୟା ହେଉଛି ଯାହାରି ସମାଧାନ ଖୁବ ଶୀଘ୍ର ହୋଇ ଯିବ ବୋଲି ଦାୟିତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମୀତ ରାସ୍ତା ଗୁଡିକର ନିର୍ମାଣ ସମୟରେ ଆବଶ୍ୟକ ତଦାରଖ ହୋଇ ପାରୁନଥିବା ହେତୁ ଏଭଳି ସମସ୍ୟା ଦେଖାଯାଉଛି ବୋଲି ସ୍ଥାନୀୟ ବିଜେପି ତରଫରୁ ଅଭିଯୋଗ କରାଯାଇଛି । ମୌସୁମୀ ବର୍ଷା ଆସି ଯାଇଥିବାରୁ ରାସ୍ତାଟିର ସ୍ଥାୟୀ ପ୍ରତିକାର ଦିଗରେ ପୂର୍ତ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନକଲେ ବର୍ଷା ୪ ମାସ ପାଇଁ ରାସ୍ତା ଖଣ୍ଡିକ ଅମଡା ବାଟ ହୋଇ ରହିଯିବାର ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

6 + four =