ସିଆରସିସିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ଇକମୋ ଚିକିତ୍ସା ପାଇଁ ପରିବାରର ସାହାଯ୍ୟ ଭିକ୍ଷା

0 785

କଣ୍ଟାମାଳ,୧୪/୬- ବୌଦ୍ଧଜିଲ୍ଲା କଣ୍ଟମାଳବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ନାରାୟପ୍ରସାଦ କ୍ଲଷ୍ଟରରେ କାର୍ଯ୍ୟ କରୁଥିବା ସିଆରସିସି ଉମେଶ କହଁର କରେନାରେ ଆକ୍ରାନ୍ତ ହୋଇ ଗତ ୬ ତାରିଖରୁ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ଡାକ୍ତର ତାଙ୍କ ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିବା ହେତୁ ପରିବାର ମୁଣ୍ଡରେ ଅକାଳ ଚଡକ ପଡିଯାଇଛି । ସିଆରସିସି କହଁର କରୋନରେ ଆକ୍ରାନ୍ତ ହେବା ପରେ ପ୍ରଥମେ ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇ ଥିଲା । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ହେଲେ ଅକ୍ସିଜେନ ସ୍ତର ୭୦/୭୨ ରହୁଥିବାରୁ ଇକମୋ ଚିକିତ୍ସାର ଆବଶ୍ୟକତା ରହିଛି । ଇକମୋ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ରାଶି ଉମେଶ ଭଳି ଜଣେ ଗରିବ ଆଦିବାସୀ ପରିବାର ପକ୍ଷରେ ସମ୍ଭବ ହେଉନଥିବାରୁ ତାଙ୍କ ଚିକିତ୍ସା ପାଇଁ ପତ୍ନୀ ପଦ୍ମାଳୟା କହଁର ଜନସାଧାରଣ ଓ ସରକାରଙ୍କୁ ନିବେଦନ କରିଛନ୍ତି ।

hiring

ନିଜର ଜଣେ ଶିକ୍ଷକ ବନ୍ଧୁଙ୍କୁ ଏଭଳି ଏକ ବିପଦ ସମୟରେ ସାହାଯ୍ୟ କରିବାକୁ କଣ୍ଟାମାଳବ୍ଳକ ସିଆରସିସି, ଶିକ୍ଷକ ସଂଘ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷକ ସଂଘ ମଧ୍ୟ ଉଦ୍ୟମ ଆରମ୍ଭ କରିଥିବା ଜଣାଯାଇଛି । ଜଣେ ଆଦିବାସୀ ଶିକ୍ଷକ କରେନା ମହାମାରୀରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ତାଙ୍କରି ଉପଯୁକ୍ତ ଚିକିତ୍ସା ବିଶେଷକରି କୋଲକତାରେ ଇକମୋ ଚିକିତ୍ସା କରାଇବା ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ରଭାବେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ତରଫରୁ ନିବେଦନ କରାଯାଇଛି । ଜଣେ ଶିକ୍ଷକଙ୍କ ଏଭଳି ଦୁର୍ଦ୍ଦିନ ସମୟରେ ତାଙ୍କରି ଇକମୋ ଚିକିତ୍ସା ପାଇଁ ସହାୟତା କରିବାକୁ କୌଣସି ସହୃଦୟ ବ୍ୟକ୍ତି, ଅନୁଷ୍ଠାନ ଚାହିୁଥାନ୍ତି ତାହା ହେଲେ ଉମେଶ କହଁରଙ୍କ ପତ୍ନୀ ପଦ୍ମାଳୟା କହଁରଙ୍କ ଜମା ଖାତା ୩୭୭୧୭୯୨୪୮୪୫ ଆଇ.ଏଫ.ସି -ଏସ.ବି.ଆଇଏନ୦୦୦୬୦୮୩ରେ ସହାୟତା ପ୍ରଦାନ କରିପାରିବେ ବୋଲି ପତ୍ନୀ ପଦ୍ମାଳୟା ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 4 =