କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ସହ ୨୦୧୩ ଚୁକ୍ତି ଭିତ୍ତିକ ନିୟମରେ ସାମିଲ ପାଇଁ ଦାବୀ

0 352

କଣ୍ଟାମାଳ,୧/୧୧ – ଓଡିଶା କନିଷ୍ଠ ଶିକ୍ଷକ ସଂଘ କଣ୍ଟାମାଳ ବ୍ଲକର ସମସ୍ତ ଶିକ୍ଷକ ଏକତ୍ର ହୋଇ ସୋମବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷାଅଧିକାରୀ କଣ୍ଟାମାଳ ଙ୍କୁ ପୃଥକ ପୃଥକ ଭାବେ ୨ଟି ଦାବି ପତ୍ର ଓଡିଶା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଶ୍ରମ ମନ୍ତ୍ରଳାୟ ର ସୁପାରିଶ ଅନୁଯାୟୀ ଜଣେ ଅଣକୁଶଳୀ ଶ୍ରମିକ ଠାରୁ ମଧ୍ୟ କମ୍‌ ପାରିତୋଷିକ ଯାହାକି ୬୫୧୨ ଟଙ୍କା କନିଷ୍ଠ ଶିକ୍ଷକ ପାଉଛନ୍ତି ।ଏତେ ଟଙ୍କାରେ ବର୍ତ୍ତମାନ ପରିବାର ପ୍ରତିପୋଷଣ କରିବା ଅସମ୍ବବ ହୋଇପଡିଥିବା ବେଳେ କିଛି ଦିନ ପୂର୍ବରୁ ଚୁକ୍ତିଭିତ୍ତିକ ନୀୟମ ସଂଶୋଧନ କରିଥିବା ବେଳେ ଦୁଃଭାର୍ଗ୍ୟକୁ ଏହି ଶିକ୍ଷକ ମାନଙ୍କୁ ସାମିଲ କରାନଯାଇଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି ।ଏଥିପାଇଁ ସାରା ଓଡିଶା କନିଷ୍ଠ ଶିକ୍ଷକ ସଂଘ ତରଫରୁ ମୂଖ୍ୟମନ୍ତ୍ରୀ ଙ୍କ ନିକଟକୁ ଏହାର ବିଚାର କରିବା ପାଇଁ ୨ଟି ଦାବୀ ୧-ଓଡିଶା ବର୍ଗ-ଗ(ଚୁକ୍ତିନାମା ନିୟମ ୨୦୧୩) ଅଧିନସ୍ତ କର୍ମଚାରୀ ଙ୍କ ପାଇଁ ଗତ ତା୧୧-୧୦-୨୦୨୧ କ୍ୟାବିନେଟ ବୈ÷ଠକରେ ନିଆଯାଇଥିବା ନିଷ୍ପତିର ସମସ୍ତ ସୁବିଧା ସୁଯୋଗ ଓଡିଶା କନିଷ୍ଠ ଶିକ୍ଷକ ମାନଙ୍କୁ ପ୍ରଦାନ କରିବା ସହିତ ୨୦୧୩ ଚୁକ୍ତିନାମା ନିୟମରେ ସାମିଲ କରାଯାଉ । ୨-କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଅତିକୁଶଳୀ(ତାଲିମ ପ୍ରାପ୍ତ )ହୋଇଥିବାରୁ ଦରମା ସର୍ବନିମ୍ନ ୧୬୦୦୦ କରିବା ସହ ଉହାକୁ ୨୦୧୬ରୁ ଲାଗୁକରାଯାଉ ।ଉଭୟ ଦାବୀ ସରକାର ପୂରଣ ନକଲେ ରାଜରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଦାବୀପତ୍ରରେ ଜଣାଇଛନ୍ତି ।ଆଜି ଏହିଦାବୀ ପତ୍ରକୁ କଣ୍ଟାମାଳ କନିଷ୍ଠ ଶିକ୍ଷକ ସଂଘ ସଭାପତି ଲକ୍ଷ୍ମଣ ଜଗଦଲା,ସଂପାଦକ ଶିବନାଥ ପଣ୍ଡା,କୋଷାଧ୍ୟକ୍ଷ ଦେବପ୍ରଶାଦ ସାହୁ,ଉପ ସଭାପତି ପ୍ରଣବ ବାଘ ଙ୍କ ସହ ବକ୍ଲର ସମସ୍ତ କନିଷ୍ଠ ଶିକ୍ଷକ ସାମିଲ ରହି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧୀକାରୀ ଏଡିଓ ଘନଶ୍ୟାମ ମେହର ଓ ବ୍ଲକର ବିଡିଓଙ୍କ ଅନୁପସ୍ଥିତିରେ ବଡବାବୁଙ୍କୁ ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

three × 4 =