ବୌଦ୍ଧ: “ଆଶ୍ରୟ ” SUH(VJSS) ପକ୍ଷରୁ ଶୀତୁଆ ରାତିରେ ଖୋଲା ଆକାଶ ତଳେ ବା ବିପଦ ସଙ୍କୁଳ ସ୍ଥାନରେ ରାତ୍ରୀ ଯାପନ କରୁଥିବା ବାସହୀନ ନିରାଶ୍ରୟଙ୍କ ସୁଖ ରାତ୍ରୀ ଯାପନ ନିମନ୍ତେ ଉଦ୍ଧିଷ୍ଟ ଆଶ୍ରୟ ସ୍ଥଳରେ ବିନା ମୂଲ୍ୟରେ ରହିବାର ସମସ୍ତ ବ୍ୟବସ୍ଥା ରହିଛି | ସେଥିପାଇଁ ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ତଥା ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧ ଗଡଙ୍କ ପରାମର୍ଶ କ୍ରମେ ଆଶ୍ରୟ ସାଥୀ ସମୀର ଦିଗଲଙ୍କ ସହ ପରିଚାଳକ କୃପାସିନ୍ଧୁ ଷଡଙ୍ଗୀ ଡାକ ବାଜୀ ଯନ୍ତ୍ର ମାଧ୍ୟମରେ ସହରାଞ୍ଚଳ ଜନସାଧାରଣ ଓ PCR ବନ୍ଧୁମାନଙ୍କୁ ସଚେତନ କରାଇବା ସହିତ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଅନୁରୋଧ କରିଛନ୍ତି l ଆଶ୍ରୟ ସ୍ଥଳ ପକ୍ଷରୁ ଦୈନିକ ରାତି 11.00 ଟା ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ /ବ୍ରିଜ ଛକଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ଗତ ଦୁଇ ସପ୍ତାହ ମଧ୍ୟରେ 23 ଜଣ ବ୍ଯକ୍ତିଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି l ଦୈନିକ ମହିଳା, ପୁରୁଷ ଓ ଶିଶୁ ମିଶି 15-25 ଜଣ ଆଶ୍ରୟ ସ୍ଥଳ ର ସୁବିଧା ସୁଯୋଗ ଲାଭ କରିବା ସହ ନିଜର ଖୁସି ବ୍ୟକ୍ତ କରିଛନ୍ତି l