ବୌଦ୍ଧର ନାବାଳିକା କଳାକାର ଜଗତସିଂହପୁରରେ ଦୁଷ୍କର୍ମ !

0 2,302

ବୌଦ୍ଧ: ଏକ ମେଲୋଡି ପାର୍ଟିରେ ନର୍ତ୍ତକୀ ଭାବରେ କାର୍ଯ୍ୟ କରୁଥିବା ବୌଦ୍ଧର ଜଣେ ନାବାଳିକା କଳାକାରଙ୍କୁ ଜଗତସିଂହପୁର ଜିଲ୍ଲାର ସଂପୃକ୍ତ ମେଲୋଡି ପାର୍ଟିର ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଅଞ୍ଚଳର ଉକ୍ତ ନାବାଳିକା ନାଚଗୀତ ଶିଖିଥିଲେ । କିଛି ବର୍ଷ ତଳେ ଏକ ଯାତ୍ରାପାର୍ଟି ବୌଦ୍ଧ ଅଞ୍ଚଳକୁ ଆସିଥିବାବେଳେ ରେକର୍ଡ ଡ୍ୟାନ୍ସ କଳାକାର ନଥିବାରୁ ଏ ନାବାଳିକାକୁ ଯାତ୍ରାଦଳରେ ରେକର୍ଡ ଡ୍ୟାନ୍ସ କରାଇଥିଲେ । ଯାତ୍ରା ପାର୍ଟିରେ ଥିବା ଭଦ୍ରକ ଜିଲ୍ଲାର ଜଣେ ଯୁବକଙ୍କ ସହ ନାବାଳିକାର ପରିଚୟ ହୋଇଥିଲା । ସେ ଉକ୍ତ ନାବାଳିକା ଝିଅକୁ ଭୁବନେଶ୍ୱର ନେଇଯାଇ ଏକ ମେଲୋଡି ପାର୍ଟିରେ ନର୍ତ୍ତକୀ ହିସାବରେ କିଛିଦିନ କାମ କରାଇଥିଲା । ପରେ ସେଠାରୁ ନେଇ ଜଗତସିଂହପୁର ନିକଟ ଶୋଭା ଗ୍ରାମରେ ଥିବା ଏକ ମେଲୋଡି ପାର୍ଟିର ମାଲିକ ପାଖରେ ନାବାଳିକାକୁ ଭଦ୍ରକ ଯୁବକ ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ପରି ସାଂଘାତିକ ଅଭିଯୋଗ ଆସିଛି । ପ୍ରାୟ ଦେଢବର୍ଷ ହେବ ନାବାଳିକା ଜଣକ ଉକ୍ତ ମେଲୋଡି ପାର୍ଟିରେ କାମ କରିବାସହ ମାଲିକଙ୍କ ଘରେ ରହିଆସୁଥିଲା ।

hiring


ଗତ ୧୬ ତାରିଖ ଦିନ ମେଲୋଡି ମାଲିକଙ୍କ ପତ୍ନୀ ନିଜ ବାପଘର ପାରାଦ୍ୱୀପକୁ କିଛିଦିନ ପାଇଁ ବୁଲିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଉକ୍ତ ନାବାଳିକାକୁ ମେଲୋଡି ମାଲିକ ଯୈାନ ଉତ୍ପୀଡନ ଦେବାସହ ସଂପର୍କ ରଖିବାକୁ ବାଧ୍ୟ କରିଥିବା ନାବାଳିକା ଜଣକ ଅଭିଯୋଗ କରିଛି । ନାବାଳିକା ଜଣକ ୧୭ ତାରିଖଦିନ କୌଶଳକ୍ରମେ ଖସି ଆସିବାରେ ସଫଳ ହୋଇଥିଲେ । ଅଂପାନ ବାତ୍ୟାର ପ୍ରଭାବ ଜଗତସିଂହପୁର ଜିଲ୍ଲାରେ ତାଣ୍ଡବ ରଚୁଥିବାବେଳେ ବିଲମାଳ ଦେଇ ନାବାଳିକା ଚାଲିଚାଲି ବାଲିକୁଦା ଥାନା ଆମ୍ବଶାଳର ନାଆଦା ନିକଟରେ ପହଞ୍ଚି ଜଣକ ଘରୁ ପାଣି ପିଇବାକୁ ମାଗିଥିଲେ । ଲକ୍‌ଡାଉନ ଓ ବାତ୍ୟା ସମୟରେ ଜଣେ ଅପରିଚିତା ଝିଅକୁ ଦେଖି ଜଣେ ସହୃଦୟ ବ୍ୟକ୍ତି ପଚାରିବୁଝି ବାଲିକୁଦା ଥାନାରେ ଅଭିଯୋଗ କରିବାକୁ ସହାୟତା କରିଥିଲେ । ଖବରପାଇ ଜଗତସିଂହପୁର ଚାଇଲଡ ଲାଇନ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିଥିବା ଚାଇଲଡ ଲାଇନର ସଂଯୋଜକ ନରେଶ ଗୋଚ୍ଛାୟତ ପ୍ରକାଶ କରିଛନ୍ତି ।
ବାଲିକୁଦା ଥାନାରେ ହୋଇଥିବା ଅଭିଯୋଗ ଉପରେ ବାଲିକୁଦା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ମଧ୍ୟ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

12 + 4 =