ପୁରୀ : ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଓ ନୂଆହାଟ ଫାଣ୍ଡି ଅଧୀନ ନରସିଂହପୁରଶାସନ ମଲ୍ଲିକସାହି ଠାରେ ଚଢ଼ାଉକାରି କଟକ ଜିଲ୍ଲା ଏବଂ ନିଆଳି ଥାନା ଅଧୀନ ନୂଆବେତେଣ୍ଡା ଗ୍ରାମରେ ଚଢ଼ାଉ କରି ତ୍ରିଲୋଚନ ସ୍ୱାଇଁ (୩୨)କୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୯୫ ଗ୍ରାମ ବ୍ରାଉନ ସୁଗାର(ହେରୋଇନ ) ଜବତ କରାଯାଇଛି । ଅଭିଯୁକ୍ତକୁ କୋଣାର୍କ ଅବକାରୀ ଥାନା କେସ ନଂ ୧୦୫/୨୨-୨୩ରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କାରାଗରକୁ ପଠାଯାଇଛି ।ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୯,୫୦,୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଏସଆଇ ନାରାୟଣ ବେହେରା,ଏସଆଇ ସ୍ୱୟଂପ୍ରଜ୍ଞା ସୁବଦର୍ଶିନୀ ନାୟକ, ଏଏସଆଇ ଲିକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସମେତ ଷ୍ଟାଫ୍ ପ୍ରବୀଣ ବିରାଜ କିରୋ, ଶେଖ ୱାରିସ, ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଆସାମୀ ବହୁତ ଦିନ ହେଲା ପୁରୀ ଜିଲ୍ଲାର ପାଖ ଅଂଚଳ ଯଥା-ଚାରିଛକ, ନିମାପଡା, ଗୋପ, ନୂଆହାଟ ଅଂଚଳକୁ ବ୍ରାଉନ ସୁଗାର ଆଣି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲା । ବହୁତ ଦିନ ହେଲା ଅବକାରୀ ବିଭାଗର କଡା ନଜ଼ର ତା ଉପରେ ରହିଥିଲା ।