BSNL ଠିକା କର୍ମଚାରୀଙ୍କ ବ୍ଲାକ ବେଜ ପରିଧାନ କରି କାର୍ଯ୍ୟରତ ସପ୍ତମ ଦିନରେ ପହଞ୍ଚିଲା

0 200

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଉପଖଣ୍ଡ BSNL କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କ 3 ଦଫା ଦାବି ନେଇ ବିଭଗୀୟ କର୍ତ୍ତୃପକ୍ଷ SDO କିମ୍ବା BSNL ମେନେଜମେଣ୍ଟ ଆମର ଦାବି ପୂରଣ କରି ନାହାନ୍ତି କି କିଛି ଉତ୍ତର ଦେଉ ନାହାନ୍ତି । ଯାହା ଫଳରେ ଆମେ କଳା ବେଜ ପରିଧାନ କରି କାର୍ଯ୍ୟାଳୟରେ କାର୍ଯ୍ୟ କରୁ ଅଛୁ । ଏଥିପ୍ରତି ବିଭଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶୁଭ ଦୃଷ୍ଟି ପଡିଲେ ଆମେ ଉପକୃତ ହୋଇପାରିଥାନ୍ତୁ । ଆମର 3 ଦଫା ଦାବି ଗୁଡିକ ହେଲା 11 ମାସର ଦରମା,17 ମାସର EPF, ମୃତ ବନମାଳୀର ପରିବାରକୁ EPFର ସୁବିଧା ପ୍ରଦାନ କରାଯିବାକୁ ଦାବି କରୁଥିଲେ ମଧ୍ୟ ବିଭଗୀୟ କର୍ତ୍ତୃପକ୍ଷ କିମ୍ବା BSNL ମେନେଜମେଣ୍ଟ କର୍ଣ୍ଣପାତ କରୁ ନାହାନ୍ତି। ତେଣୁ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର ହେଲେ ବିଭଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡିଲେ ଆମର ସମସ୍ୟା ସମାଧାନ ହୋଇ ପାରନ୍ତା ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

twelve + 8 =