ପୁଣି ନଷ୍ଟ ହେଲା ୧୨୫ ଏକର ବେଆଇନ୍ ଗଞ୍ଜେଇ ଚାଷ

0 167

ବାଲିଗୁଡ଼ା ୨୦।୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ଅପରେସନ୍ ନୀଳ ଜହର । ପୁଣି ନଷ୍ଟ ହେଲା ୧୨କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ରେବିଙ୍ଗିଆ ପଞ୍ଚାୟତର ସଲାକିଆ ଓ ଗଡ଼ପିଞ୍ଜା ଅଞ୍ଚଳରେ ୧୨୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ବରେ ସଶସ୍ତ୍ର ପୋଲିସ ବାହିନୀ ଓ ଅବକାରୀ ପୋଲିସ୍ ଗଞ୍ଜେଇ ଗଛ କାଟି ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଛନ୍ତି । କନ୍ଧମାଳ ଏସପି ଭିନିତ୍ ଅଗ୍ରଓ୍ବାଲଙ୍କ ନିର୍ଦ୍ଦେଶକ୍ରମେ ଏହି ଅପରେସନ୍ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବାଲିଗୁଡ଼ା ଥାନା ଅଞ୍ଚଳରୁ ୫୭୫ ଏକରରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରାଗଲାଣି, ଯାହାର ଆନୁମାନିକ ମୂଲ୍ୟ ୫୭ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ । ଅଞ୍ଚଳରୁ ଗଞ୍ଜେଇ ଚାଷ ମୂଳପୋଛ କରିବା ପାଇଁ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଏହି ଅପରେସନ୍ ଜାରି ରହିଛି ଏବଂ ଆଗକୁ ମଧ୍ୟ ଯାରି ରହିବ ବୋଲି କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ।

hiranchal ad1
Leave A Reply

Your email address will not be published.

twenty − ten =