ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର : ଜଣେ ମୃତ,ଜଣେ ଆହତ

0 245

ଫୁଲବାଣୀ : ଶନିବାର ଅପରାହ୍ନରେ ଶଙ୍କରାଖୋଲ ନିକଟରେ ଏକ ହୁଣ୍ଡଆଇ କାର ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯିବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏଥିରେ ଯାଉଥିବା ବିଦ୍ୟୁତ ବିଭାଗର ଯନ୍ତ୍ରୀ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଅଶ୍ୱିନୀ ମିଶ୍ର । ଆହତ ହୋଇଥିବା ଯନ୍ତ୍ରୀ ଜଣଙ୍କ ଅନିଲ କୁମାର ପରିଡା ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଅଫିସ କାର୍ଯ୍ୟରେ କର୍ମଚାରୀ ଓ ଯନ୍ତ୍ରୀ ମିଶି ଟିକାବାଲି ଆଡକୁ ଯାଉଥିଲେ । ତେବେ ଗାଡି ସ୍ପିଡ଼ରେ ଥିବାରୁ ଏକ ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟି ପଡ଼ିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଆହତ ଜଣକୁ ସଦର ମହକୁମା ଡାକ୍ତରଖାନାକୁ ପଠାଇଥିଲେ । ଟିକାବାଲି ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି । ଖବର ପାଇ ନିର୍ବାହୀ ଯନ୍ତ୍ରୀ ଇଂ. ମନୋଜ କୁମାର ମହାନ୍ତି, ଏସଡିଓ, ସମେତ ଯନ୍ତ୍ରୀ ଓ କର୍ମଚାରୀ ସଦର ମହକୁମା ଡାକ୍ତରଖାନାରେ ପହଂଚି ଆହତ ଯନ୍ତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଥିଲେ । ସେହିପରି ମୃତ କର୍ମଚାରୀ ଅଶ୍ୱିନୀ ମିଶ୍ରଙ୍କ ଅକାଳ ମୃତ୍ୟୁରେ ଶୋକ ବ୍ୟକ୍ତି କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତି କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 + 5 =