ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ଖେଳରେ ପ୍ରଗଳପୁର ବୁଦ୍ଧଦେବ କ୍ଳବ ସହିତ ଜୟଦୁର୍ଗା କ୍ଳବ ସୋନପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ବୁଦ୍ଧ ଦେବ କ୍ଳବ ପ୍ରଗଳପୁରକୁ ୩-୦ଗୋଲରେ ହରାଇ ସୋନପୁର ବିଜୟୀ ହୋଇ ବୁଦ୍ଧଦେବ କପ ଫାଇନାଲରେ ପହଂଚିଛି । ପ୍ରଥମ ସେମି ଫାଇନାଲ ଖେଳରେ ମୁଖ୍ୟ ଅତିଥିଭାବେ ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠି, ସମ୍ମାନିତ ଅତିଥିଭାବେ ବାଣୀଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ଅନ୍ୟତମ ଅତିଥିଭାବେ ବାସୁଦେବ ପ୍ରଧାନ, ଶ୍ରୀବନ୍ତ ମହାକୁଡ଼, ସୁଜିତ କର୍ଣ୍ଣ, ନରେଶ ସେଠି, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜିର ପ୍ରଥମ ସେମିରେ ଖେଳକୁ ମୁଖ୍ୟ ରେଫରୀ ସୁଜିତ୍ ରାଜହଂସ ପରିଚାଳନା କରିଥିବା ବେଳେ ସୁଶିଲ ବେହେରା, ପ୍ରତାପ ପ୍ରଧାନ ସରୋଜ ମଲିକ, ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆଜିର ଖେଳକୁ ବୁଦ୍ଧଦେବ କ୍ଲବ୍ର ସଭାପତି ସ୍ୱାଧୀନ ଦୀପ, ସଂପାଦକ ସୁଶୀଲ ସେଠି, ମନୋଜ ସେଠି, ନଗେନ ଦୀପ, ରଜତ ଖମାରି, ଜୟନ୍ତ ଚାଉଳି, ଆଲୋକ ପ୍ରଧାନ, ସାନନ୍ଦ ଡାଙ୍ଗ, ସାଗର ମହାକୁଡ଼ଙ୍କ ସମେତ କ୍ଲବ୍ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।