କୋଟସମଲାଇ ମଣ୍ଡିରୁ ଆରମ୍ଭ ହେଲା ନବନିର୍ମାଣ କୃଷକ ସଙ୍ଗଠନର ମଣ୍ଡି ଚାଲ ଅଭିଯାନ

0 109

ସୁବର୍ଣ୍ଣପୁର:ଆଜି ସୋନପୁର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ “ମଣ୍ଡି ଚାଲ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାରଙ୍କ ନେତୃତ୍ୱରେ ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ । ସଂଗଠନର ପ୍ରତିନିଧିମାନେ ଉଲୁଣ୍ଡା ବ୍ଲକ୍‌ର କୋଟସମଲାଇ ମଣ୍ଡିରେ ପହଞ୍ଚିଥିଲେ । ସେହି ପଞ୍ଚାୟତର ଚାଷୀ ଭାଇମାନେ ସେଠାରେ ପହଞ୍ଚି ମଣ୍ଡିର ବିଭିନ୍ନ ସମସ୍ୟା ଯଥା ଭିତ୍ତିଭୂମି, ଗୋଦାମ ଘର, ପର୍ଯ୍ୟାପ୍ତ ଛାଉଣୀ ଥିବା ପେଣ୍ଡାଲ ଆଦି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ମାର୍କେଟ ୟାର୍ଡ ପାଇଁ ତୁରନ୍ତ ଜାଗା ଚିହ୍ନଟ କରିବା ପାଇଁ ସଂଗଠନର ପ୍ରତିନିଧିମାନେ ଆରଏମସି ସେକ୍ରେଟାରୀଙ୍କୁ ତାଗିଦ୍‌ କରିଥିଲେ । ପରେ ଚାଷୀଙ୍କ ଧାନକୁ ବିନା କଟନୀ, ଛଟନୀ ରେ ଉଠାଇବା ପାଇଁ ମିଲର୍ସମାନଙ୍କ ସହ ସଂଗଠନର ପ୍ରତିନିଧିମାନେ ଆଲୋଚନା କରିଥିଲେ । ଏହା ସହ ଚାଷୀମାନେ କିପରି ବସ୍ତା ପିଛା ଟଙ୍କା, ଟ୍ରାନ୍ସପୋର୍ଟ ଖର୍ଚ୍ଚ ଓ ମଣ୍ଡିରେ କିପରି ଭଲ ସମ୍ମାନ ପାଇବେ ସଂଗଠନର ପ୍ରତିନିଧି ଦଳ ଚାଷୀମାନଙ୍କୁ ସଚେତନ କରାଇଥିଲେ । ଓଡ଼ିଶାର ୮୦ ଭାଗ ଚାଷୀ ଭାଇ-ଭଉଣୀଙ୍କ ସହ ଏକତ୍ର ହୋଇ ନିଜ ହକ୍‌ ଓ ଅଧିକାର ପାଇବା ପାଇଁ ଆଗାମୀ ଦିନରେ ବିକଳ୍ପ ରାଜନୈତିକ ଦଳ ଚାଷୀ ସରକାର “ମୋ ଦଳ”କୁ ସମର୍ଥନ କରିବା ପାଇଁ ଆହ୍ୱାନ କରିଥିଲେ । ଆଗାମୀ ଦିନରେ ଉଲୁଣ୍ଡା ବ୍ଲକର ଯାଲୋଏ, ଉଲୁଣ୍ଡା ଆଦି ମଣ୍ଡି ସହ ଜିଲ୍ଲାର ଅନ୍ୟ ସବୁ ମଣ୍ଡିଗୁଡ଼ିକ ପରିଦର୍ଶନ କରି ଅବ୍ୟବସ୍ଥା ସମୁହର ପର୍ଦ୍ଦାଫାସ କରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ମିଲର୍ସ ଓ ବେପାରୀଙ୍କ ଭାଗିଦାରୀ ରେ ପ୍ରଶାସନ ଯଦି ସାମିଲ ରହେ ତାହେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ସଂଗଠନର ଜୈମିନି ନାୟକ, ବିଜୟ ନାୟକ, ଦିନବନ୍ଧୁ ପ୍ରଧାନ, ରାଜକୁମାର ଅମାତ୍‌, ଆକାଶ ପ୍ରଧାନ ପ୍ରମୁଖ ଏହି ଅଭିଯାନ ରେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

thirteen − five =