ୟୁରିଆ ସାର ପାଇଁ ଚାଷୀ ହଟହଟା

0 1,233

ବୌଦ୍ଧ – ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ଚାଷୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ସରକାର ଆବଶ୍ୟକ ୟୁରିଆ ସାର ଜିଲ୍ଲାକୁ ଯୋଗାଣ କରିପାରୁନଥିବା ଯୋଗୁଁ ଚାଷୀ ମାନଙ୍କ ଆବଶ୍ୟକତା ପୂରଣ ହୋଇ ପାରୁନଥିବା ସୂଚନା ମିଳିଛି । ବାମଣ୍ଡା ଗ୍ରାମ ପଂଚାୟତ ରଘୁନାଥପୁର୍ ଓ ନାଏକପଡା ଗ୍ରାମର ଚାଷୀ ମାନେ ସପ୍ତାହେ ମଧ୍ୟରେ ଦୁଇ ଦୁଇ ଥର ଜିଲ୍ଲା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ସାର ପାଇଁ ଦାବୀ ଜଣାଇ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନଙ୍କୁ ସାର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ କୃଷି ଅଧିକାରୀ ବିଫଳ ହୋଇଛନ୍ତି । ବାମଣ୍ଡା ସେବା ସମବାୟ ସମିତିକୁ ମାତ୍ର ୨୩୦ ବସ୍ତା ସାର ଦିଆଯାଇଅଛି । ଭାରପ୍ରାପ୍ତ ସମ୍ପାଦକ ପ୍ରିୟ ପ୍ରକାଶ ପ୍ରଧାନ ଆଜି ଚାଷୀ ମାନଙ୍କୁ ସାର ବଣ୍ଟନ କରୁଥିବା ବେଳେ ୫୦୦ ରୁ ଅଧିକ ଚାଷୀ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ୨୩୦ ବସ୍ତା ସାର ଥିବା ବେଳେ ତାର ତୁଳନାରେ ଦୁଇ ଗୁଣରୁ ଅଧିକ ଚାଷୀ ଥିବାରୁ ସାର ବଣ୍ଟନ ସମ୍ଭବ ହୋଇ ପାରିନଥିଲା । ପୋଲିସ୍ ଉପସ୍ଥିତ ଥାଇ ମଧ୍ୟ ପରିସ୍ଥିତି ଅଣାୟତ ହେବାରୁ ସାର ବିକ୍ରୟ ବନ୍ଦ କରିଦିଆ ଯାଇଥିଲା । ବାମଣ୍ଡା ସମିତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାର ଯୋଗାଣ କରାଯିବାକୁ ଉତ୍ୟକ୍ତ ଚାଷୀ ମାନେ ଦାବୀ କରି ବହୁ ସମୟ ଧରି ହୋହଲ୍ଲା କରୁଥିବାର ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

2 × two =