ଛାଡଖାଇରେ ଆମିଶ ଦୋକାନରେ ଦିନ ଦୁଇଟା ପର୍ଯ୍ୟନ୍ତ ଭିଡ଼

0 95

ଫୁଲବାଣୀ : ବୁଧବାର ଦିନ ଫୁଲବାଣୀ ଆମିଶ ଦୋକାନରେ ବହୁ ଲୋକ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା । । ଏପରିକି କେତେକ ଆମିଶ ଦୋକାନରେ ଦିନ ଦୁଇଟା ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଥିଲା । ଯାହା ହେଉ ଦୋକାନୀ ମାଲାମାଲ୍‌ ତା ସାଙ୍ଗକୁ ପିଆଜ ରସୁଣ ରେଟ ବୃଦ୍ଧି ଯୋଗୁଁ ନିରାମିଷାଶୀ ଖାଉଟି ହନ୍ତସନ୍ତ । ମାଛ ଗୋଦାମ ଦୋକାନୀମାନେ ମାଛ, ଆଗରୁ ଆଣି ଷ୍ଟକ୍‌ ରଖିଥିଲେ । ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ସାଧାରଣତଃ ମଟନ୍‌, ଚିକେନ୍‌ ଏବଂ ମାଛର ଚାହିଦା ଅଧିକ । ଗତକାଲି ଶେଷ ହୋଇଥିବା କାର୍ତ୍ତିକ ଶୁଭ ମାସ ପାଳନ କରିବା ପାଇଁ ହିନ୍ଦୁମାନେ ଭେଜ୍‌ ଖାଦ୍ୟରୁ ନିବୃତ୍ତ ହୋଇଥିଲେ । ଆଜିପରି ଦିନରେ ଲୋକଙ୍କ ଛାଡ ଖାଇ ପାଳନ ପାଇଁ ବଳି ପଡ଼ିଛନ୍ତି କୋଟି କୋଟି ନିରୀହ ପ୍ରାଣୀ । ଏତିହାସିକ କିମ୍ବଦନ୍ତୀ ଅନୁଯାୟୀ ଛାଡ଼ଖାଇ,ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ପାଳନ କରାଯାଏ । କାର୍ତ୍ତିକ ମାସକୁ ଓଡ଼ିଶାରେ ଏକ ପବିତ୍ର ମାସ ଭାବରେ ପାଳନ କରାଯାଏ । ବହୁ ଲୋକ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । କିଛି ଲୋକ କେବଳ ମାସର ଶେଷ ପାଞ୍ଚଦିନ,ପଞ୍ଚକରେ ଆମିଷ ଭକ୍ଷଣରୁ ନିବୃତ ରହନ୍ତି । ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଲ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଉପରାନ୍ତେ,ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।

hiranchal ad1
Leave A Reply

Your email address will not be published.

one × two =