ସୂର୍ଯ୍ୟ ଉପାସନା ଛଟ ପର୍ବ ପାଳିତ

0 66

ସମ୍ବଲପୁର: ଆଜି ପ୍ରାତଃକାଳରୁ ମହାନଦୀର ବିଭିନ୍ନ ଘାଟରେ ଉଦୀୟମାନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ ସହିତ ବହୁଚର୍ଚ୍ଚିତ ଛଟପୂଜାର ସମାପନ ହୋଇଯାଇଛି । ପୃଥିବୀର ସମସ୍ତ ଶକ୍ତିର ଉତ୍ସ ହେଉଛନ୍ତି ସୂର୍ଯ୍ୟଦେବତା ଓ ତାଙ୍କ ବିନା ସବୁଆଡେ ଘୋର ଅନ୍ଧକାର ସହ ପୃଥିବୀ ହିମ ଆଚ୍ଛାଦିତ ହେବା ଫଳରେ ପ୍ରଳୟ ସ୍ଥିତି ନିର୍ମିତ ହୋଇଯିବ ଓ ପୃଥିବୀରେ କୌଣସି ପ୍ରକାରେ ଜୀବନର ସଂଚାର ସମ୍ଭବ ହୋଇପାରିବନାହିଁ । ସୂର୍ଯ୍ୟ ଦେବତାଙ୍କୁ କୃତଜ୍ଞତା ଜ୍ଞାପନ ପାଇଁ ପ୍ରତିବର୍ଷ କାର୍ତ୍ତିକମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି ଦିନ ଗଭୀର ନିଷ୍ଠାର ସହିତ ସୂର୍ଯ୍ୟ ଦେବତାଙ୍କ ଉପାସନା କରାଯାଏ, ଯାହାକି ଛଟ ପୂଜା ରୂପେ ପରିଚିତ । ଏହି କ୍ରମରେ ଗତକାଲି ଅପରାହ୍ନରୁ ଏଠାକାର ମହାନଦୀର ବିଭିନ୍ନ ଘାଟରେ ସୂର୍ଯ୍ୟ ଉପାସକ ଏକତ୍ରିତ ହୋଇଥିଲେ ଓ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ସହିତ ଛଟ ପୂଜା ଆରମ୍ଭ କରିଥିଲେ । ଏହିପୂଜାର ଉଦଯାପନ ପର୍ବ ରୂପେ ଆଜି ପ୍ରାତଃ କାଳରେ ଉଦୀୟମାନ ସୂର୍ଯ୍ୟ ଦେବତାଙ୍କୁ ଆଉ ଥରେ ଅର୍ଘ୍ୟ ପ୍ରଦାନ କରିଥିଲେ । ଏହି ପର୍ବ ମୁଖ୍ୟତଃ ଉତ୍ତର ଭାରତ ଓ ବିଶେଷକରି ଉତ୍ତର ପ୍ରଦେଶ ଓ ବିହାରରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରାଯାଏ । ଏହି ପରମ୍ପରା ଅନୁସାରେ ଏଠାକାର ପ୍ରବାସୀ ବିହାରୀ ପ୍ରଚେଷ୍ଟା ବଳରେ ପ୍ରତିବର୍ଷ ଛୋଟ ପୂଜାର ଆୟୋଜନ କରାଯାଏ ।

hiranchal ad1
Leave A Reply

Your email address will not be published.

19 − two =