ମରଣଯନ୍ତା ସାଜିଛି ଚିଲାଖଣ୍ଡି ପୋଲ

0 970

ବୌଦ୍ଧ – ଜାତୀୟ ରାଜପଥ ନମ୍ବର୍ 57 ର ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ନିକଟରେ ରହିଛି ଚିଲାଖଣ୍ଡି ପୋଲ l ପ୍ରାୟ 10 ବର୍ଷ ହେଲା ଜାତୀୟ ରାଜପଥ ନମ୍ବର୍ 57 ର ନିର୍ମାଣ ସାରିଥିଲେ ମଧ୍ୟ ଜାତୀୟ ରାଜପଥ କର୍ତୃପକ୍ଷ ପୋଲ ନିର୍ମାଣ କରିପାରି ନାହାନ୍ତି l ଗତ 3 ବର୍ଷ ତଳେ ପୁରୁଣା ପୋଲର ପାର୍ଶ୍ବରେ ଗୋଟିଏ ନୂତନ ପୋଲର ନିର୍ମାଣ ଆରମ୍ଭ କରାଯାଇଥିଲା | ପୋଲର ଭୂମିପୂଜା ଉତ୍ସବ ଯେଭଳି ଜାକଜମକରେ କରାଯାଇଥିଲା ଆଶା କରାଯାଉଥିଲା ବର୍ଷେ ଛଅ ମାସରେ ପୋଲ କାମ ସରିଯିବ l ମାତ୍ର ଦୁଃଖର କଥା ଆଜିଯାଏଁ ସରି ପାରିଲା ନାହିଁ l ପୋଲଟି ଅତି ସଂକୀର୍ଣ ହୋଇଥିବାରୁ ଗତ କିଛି ବର୍ଷ ମଧ୍ୟରେ ଏ ସ୍ଥାନରେ ଦୁର୍ଘଟଣା ଘଟି ଅନେକ ଜୀବନ ଗଲାଣି କିନ୍ତୁ ଚେତା ପଶୁନି ବିଭାଗର l ନୂତନ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରୁନଥିବା ବେଳେ ପୁରୁଣା ସଂକୀର୍ଣ୍ଣ ପୋଲର ମରାମତି ମଧ୍ୟ କରାଯlଉନଥିବା ଦେଖିବାକୁ ମିଳେ l ପୋଲର ପାରାପିଟ୍ କେତେକାଂଶରେ ଭାଙ୍ଗି ଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଛି | ଜାତୀୟ ରାଜପଥ କର୍ତୃପକ୍ଷ କିନ୍ତୁ ସେଥିପ୍ରତି କୌଣସି ଦ୍ରୁଷ୍ଟି ଦେଉନଥିବା ଅଭିଯୋଗ ହୁଏ | ନୂତନ ପୋଲର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ସହ ତୁରନ୍ତ ପୁରୁଣା ପୋଲର ମରାମତି କରାଯିବାକୁ ଜନସାଧାରଣରେ ଦାବୀ ହେଉଛି l

hiranchal ad1
Leave A Reply

Your email address will not be published.

five × two =