ପଞ୍ଚାୟତ ନିର୍ବାଚନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ସଜବାଜ

0 210

ଚିଲିକା: ରାଜ୍ୟ ସରକାର ଉଭୟ ପଚାଂୟତ ଓ ପୈାର ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ଶୁକ୍ରବାର ଚିଲିକା ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ବିଭୁତି ଭୁଷଣ ବଳବନ୍ତରାୟଙ୍କ ସଭାପତିତ୍ୱରେ ଚିଲିକା ବ୍ଲକ୍ ଅର୍ନ୍ତଗତ ବାଲୁଗାଁ ଅଶୋକ ନଗର ସ୍ଥିତ ଉମା ମହେଶ୍ୱର ବଣିକ ସଂଘ ଗୃହରେ ବୈଠକ ଅନୁଷ୍ଠିତ ହେଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷିକା ତଥା ବିଞ୍ଜାରପୁର ବିଧାୟିକା ପ୍ରମିଲା ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଶ୍ରୀମତୀ ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ନେଇ ଜନସାଧାରଣଙ୍କୁ ଅବଗତ କରିବା ସହିତ ଆଗାମୀ ପଚାଂୟତ ନିର୍ବାଚନ ପାଇଁ ତୃଣମୂଳସ୍ତରରୁ କର୍ମୀମାନେ ପ୍ରସ୍ତୁତ ରହିବାକୁ ଉପଦେଶ ଦେଇଥିଲେ । ସମ୍ମାନିିତ ଅତିଥି ଭାବେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ପରାମର୍ଶଦାତା ତଥା ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂପର୍କରେ ଘରେ ଘରେ ପହଚାଂଇବା ଓ ଚିଲିକାରେ ବିଜେଡିକୁ ବହୁମତରେ ବିଜୟୀ କରାଇବାକୁ ଆହ୍ୱାନ ଦେଇଥିଲେ । ଏଥିସହ ବିଧାୟକ ଶ୍ରୀ ଜଗଦେବ ଦୁଇ ଦୁଇଟି ନିର୍ବାଚନରେ ଚିଲିକାର କ୍ଲିନ୍ସ୍ୱିପ୍ ବିଜେଡିର ମୂଳଲକ୍ଷ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଦଳାଇ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ମନ୍ତ୍ରୀ ଡା. ଦେବେନ୍ଦ୍ରନାଥ ମାନସିଂହ, ଜିଲ୍ଲା ମହିଳା ବିଜେଡି ସଭାପତି ଗୀତାଞ୍ଜଳି ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇ କର୍ମୀଙ୍କୁ ଆଗାମୀ ପଚାଂୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ଦଳର ସମସ୍ତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ସ୍ଥାନୀୟ ଡୁଙ୍ଗମାଳ, କୁମାଣ୍ଡଳ, ନିମିକ୍ଷେତା ଓ ଆଙ୍କୁଲା ପଚାଂୟତର ବହୁ ବିଜେପି କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

6 + 8 =