ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ : ୭୬୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଉଦଘାଟନ

0 168

ନୂଆପଡା: ନୂଆପଡା ଜିଲ୍ଲା ଦୁଇ ବର୍ଷ ପରେ ପୁଣିଥରେ ମୁଖ୍ୟ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲା ଗସ୍ତକୁ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ୨୦୨୧ ରେ ଖଡ଼ିଆଳ ଆସି ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ । ଆଜି ବିଶେଷ କରି ପଶ୍ଚିମ ଓଡିଶାର ତିନୋଟି ଜିଲ୍ଲା ଗସ୍ତ ସମୟରେ ସ୍ୱତନ୍ତ୍ର ହେଲିକପ୍ଟର ସାହାଯ୍ୟରେ କୋମନା ବ୍ଲକ ସିଲେଟପାଣି ଠାରେ ପହଂଚି ପ୍ରଥମେ ଘାଟିପଡ଼ା ଠାରୁ ଚଳନା ପର୍ଯ୍ୟନ୍ତ ଦୀର୍ଘ ୧୧୦ ଦଶ କିଲୋମିଟର ରାସ୍ତା ପାଇଁ ୩୫୦ କୋଟିର ପ୍ରକଳ୍ପକୁ ଉଦଘାଟନ କରିଥିଲେ । ପରେ ୧୫ କୋଟି ବ୍ୟୟରେ ନିର୍ମିତ ଦୁଇଟି ମୁଖ୍ୟମନ୍ତ୍ରୀ ସଡକ, ୧୨.୩୯ କୋଟି ବ୍ୟୟରେ ଖରିଆର ରୋଡ଼ ଓ ଖଡ଼ିଆଳ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ପାଞ୍ଚ ଗୋଟି ବ୍ଲକ ଯଥା ନୂଆପଡା, କୋମନା, ଖଡ଼ିଆଳ, ସିନାପାଲି ଓ ବୋଡେନ ରେ ୨.୫ କୋଟି ବ୍ୟୟରେ ନିର୍ମିତ ମିଶନ ଶକ୍ତି ଗୃହ, ୧୧ କୋଟି ବ୍ୟୟରେ ଗ୍ରାମାଞ୍ଚଳରେ ପାଇପ ଯୋଗେ ଜଳଯୋଗାଣ ଯାହାକି ନୂଆପଡା ବ୍ଲକର ଗୋଡଫୁଲା, ପରକୋଡ଼, କୋଦୋମେରି ଓ ବୋଡେନ ଓ କୋମନା ବ୍ଲକର ବିଭିନ୍ନ ଗାଁ ପାଇଁ ।

hiring

ସେହିଭଳି ୧୧୧ କୋଟି ଟଙ୍କା ବ୍ୟୟରେ ଉପାନ୍ତ ଅଂଚଳରେ ପାଇପ ଯୋଗେ ଜଳ ଯୋଗାଣ ପାଇଁ ପ୍ରକଳ୍ପମାନ ଉଦଘାଟନ କରିଥିଲେ । ସମୁଦାୟ ୧୮୩ ଗୋଟି ପ୍ରକଳ୍ପ ମଧ୍ୟରୁ ୧୦୩ ଗୋଟିର ଉଦଘାଟନ କରିଥିବା ବେଳେ ୮୦ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ତା ସହ ଜିଲ୍ଲାର ୧୦୫୯ ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ବିନା ସୁଧ ହାରରେ ୨୫ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତ ନୂଆପଡା ବାସୀଙ୍କୁ କୋଟିକୋଟି ଟଙ୍କାର ପ୍ରକଳ୍ପ ଭେଟି ପାଇଁ ସ୍ଥାନୀୟ ବିଜେଡି ନେତା ଓ ମନ୍ତ୍ରୀ ନୂଆପଡା ବାସୀଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ, ୫-ଟି ସଚିବ ଭିକେ ପାଣ୍ଡିଆନ, ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଖଡ଼ିଆଳ ବିଧାୟକ ଅଧୁରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଅପରପକ୍ଷରେ ଖଡ଼ିଆଳକୁ ମୁନିସିପାଲଟି ସହ ସବଡିଭିଜନର ମାନ୍ୟତା, ସିନାପାଲିକୁ ଏନଏସି ସହ ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ଲିଖିତ ଅଭିଯୋଗ କରି ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମ ନୂଆପଡା ଜିଲ୍ଲାର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

one × 1 =