ସିଆଇଏସ୍‌ଏଫ୍‌ କାର୍ଯ୍ୟକ୍ରମରେ ସାମିଲ ହେଲେ ଅମିତ ଶାହ

0 50

କଟକ : କଟକ ମୁଣ୍ଡୁଳି ସ୍ଥିତ ସିଆଇଏସ୍ଏଫ୍ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସିଆଇଏସ୍ଏଫ୍ କ୍ୟାମ୍ପରେ ଅମିତ ଶାହ ସମ୍ବୋଧନ ଦେଇଥିଲେ । ଏହି ଅବସରରେ ସିଆଇଏସ୍ଏଫ୍ ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ଆଉ କହିଥିଲେ ଔଦୋଗିକ ବିକାଶର ସମ୍ଭାବନା ସିଆଇଏସ୍ଏଫ୍ ବିନା ଅସମ୍ଭବ ।

ଆହୁରି ବି କହିଥିଲେ ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି ସିଆଇଏସ୍ଏଫ୍ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ସିଆଇଏସ୍ଏଫ୍ । ୨୦୪୭ ବିକଶିତ ଭାରତ ପାଇଁ ସିଆଇଏସ୍ଏଫ୍ ର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲ ସେ କହିଥିଲେ । ଏହାସହ ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରିଥିଲେ ଶାହ । ଏମିତିକି ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କୁ ବି ମନେ ପକାଇଲେ ଶାହ ।

hiring

ସେ କହିଥିଲେ ୭୦ ବିମାନ ବନ୍ଦର ସହ ୩୬୧ଟି ପ୍ରମୁଖ ସଂସ୍ଥାନକୁ ସୁରକ୍ଷା ଦେଉଛି ସିଆଇଏସ୍ଏଫ୍ । ଏବେ ବନ୍ଦରକୁ ବି ସୁରକ୍ଷା ଯୋଗାଇବେ ସିଆଇଏସ୍ଏଫ୍ ଯବାନ ବୋଲି ସେ କହିଥିଲେ । ତିରୁପତିରୁ ପଶୁପତି ରେଡ୍ କରିଡର ସ୍ୱପ୍ନ ଧୂଳିସାତ ହେବ’ । ​​​​​​ମାର୍ଚ୍ଚ ୩୧ରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ କହିଲେ ଶାହ । 

ଏବେ ଆମେ ନକ୍ସଲବାଦରୁ ମୁକ୍ତ ହେବା ଦ୍ବାରଦେଶରେ । ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ନକ୍ସଲବାଦ ସଫା ହୋଇଯିବ । ମାଓବାଦୀଙ୍କ ତିରୁପତିରୁ ପଶୁପତି ରେଡ୍ କରିଡର୍ ସ୍ବପ୍ନ ଧୂଳିସାତ ହେବ । ଆମ ସୁରକ୍ଷାକର୍ମୀ ସେମାନଙ୍କୁ ପରାସ୍ତ କରି ପ୍ରଭୁତ୍ବ ଦେଖାଇବେ । ନକ୍ସଲବାଦର ମୂଳୋତ୍ପାଟନ ପାଇଁ ସିଆଇଏସ୍ଏଫ୍ ଙ୍କ ଭୂମିକା ବି ଗୁରୁତ୍ବପୂର୍ଣ୍ଣ ବୋଲି ସେ ସ୍ପଷ୍ଟ ଶୁଣାଇଥିଲେ । 

hiranchal ad1
Leave A Reply

Your email address will not be published.

eight − 6 =