କଂଗ୍ରେସର କର୍ମକର୍ତ୍ତା ଘୋଷଣା

0 1,894

ନିରୁପମା ମହିଳା ସଭାନେତ୍ରୀ ଓ ଦୁର୍ବାକ୍ଷ ୱାର୍କସ କମିଟି ସଭାପତି

hiring

ବୈାଦ୍ଧ,୨୭/୬(ହୀ.ପ୍ର)- ବୌଦ୍ଧ ଜିଲ୍ଲାପାଇଁ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ନିରୁପମା ମଲ୍ଲିକ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ମହିଳା କଂଗ୍ରେସର ସଭାପତି ରଞ୍ଜିତା ମଲ୍ଲିକ ନିରୁପମାଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି । ଏହାପୂର୍ବରୁ ୨୦୧୫ ମସିହାରୁ ସେ ଜିଲ୍ଲା ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱରେ ରହି ଆସିଥିଲେ । ୨୦୧୨ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ କଣ୍ଟାମାଳ ବ୍ଲକ ଦପଲା ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ କାର୍କ୍ୟକରିବାର ତାଙ୍କର ଅଭିଜ୍ଞତା ରହିଛି ।

ସେହିପରି ଯୁବ କଂଗ୍ରେସ ନେତା ତଥା ବରିଷ୍ଠ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କୁ ଅଖିଳ ଭାରତ କଂଗ୍ରେସ ୱାର୍କସର ବୌଦ୍ଧଜିଲ୍ଲା ଶାଖାର ସଭାପତି ଭାବେ ରାଜ୍ୟ ସଭାପତି ଶେଖ୍‌ ବୋଗଦାଦ୍‌ ନିଯୁକ୍ତି ଦେଇଛନ୍ତି । ଶ୍ରୀ ବସ୍ତିଆ ପୂର୍ବରୁ ଛାତ୍ରକଂଗ୍ରେସରେ କାର୍ଯ୍ୟକର୍ତ୍ତା ଭାବେ ୨୦୦୦ ରୁ ୨୦୦୬ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେହିପରି ଯୁବ କଂଗ୍ରେସର ଉପ-ସଭାପତି ଭାବେ ୨୦୧୩ ରୁ ୨୦୧୭ ମସିହା ପର୍ଯ୍ୟନ୍ତ କଂଗ୍ରେସ ସଂଗଠନ ସହ ସଂପୃକ୍ତ ଥିଲେ । ନିରୁପମା ଓ ଦୁର୍ବାକ୍ଷଙ୍କ ନିଯୁକ୍ତିକୁ ନେଇ କଂଗ୍ରେସକର୍ମୀ ମହଲରେ ଉତ୍ସାହ ଦେଖାଦେଇଛି । ଉଭୟଙ୍କୁ କଂଗ୍ରେସ କର୍ମୀମାନେ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

seven + 4 =