ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶାଖା ତରଫରୁ କରୋନା ମହାମାରିରେ ମୁକାବିଲା କରିଥିବା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ସେଥିରେ ପୋଲିସ ପ୍ରଶାସନ ଅଧିକାରୀ, ଡାକ୍ତର ମିଡ଼ିଆ ବନ୍ଧୁ ମେଡ଼ିସିନ ଦୋକାନ ସମାଜ ସେବକ ମୁନିସ ପାଲଟି କର୍ମଚାରୀ କଲେକ୍ଟରି ଓ ବିଭିନ୍ନ ସ୍ଥାନରେ ପରିଷଦ ର କାର୍ଯ୍ୟକର୍ତ୍ତା ମନେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ହୋଇଯାଇଛି। ସେଥିରେ ପରିଷଦର ନଗର ଉପଦେଷ୍ଟା, କୋଷାଧ୍ୟକ୍ଷ ବାଳକୃଷ୍ଣ ଜେନା,ନଗର ସହସଂପାଦକ ବିଘ୍ନସ୍ୱର ପଣ୍ଡା, ଶ୍ରୀଧର ପାଣିଗ୍ରାହୀ, କେ ଯୁବରାଜ,ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଲେଜର ୟୁନିଟ ସଭାପତି ପ୍ରୀତିଶ ସାମଲ, ଅନୀଲ ପ୍ରଧାନ, ସଂଗଠନର ସଂପାଦକ ଦେବାଶିଷ ଦାସ ଓ ଅନ୍ୟାନ୍ୟ ବିଦ୍ୟାର୍ଥୀ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।