କରୋନାର ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସାମ୍ବାଦିକ ଯୁଧିଷ୍ଠିର ସାହୁ

0 151

ସୁବର୍ଣ୍ଣପୁର : କରୋନାକୁ ନଡରି ତାର ମୁକାବିଲା କରନ୍ତୁ । ଟିକା ନିଅନ୍ତୁ । ସର୍ବଦା ମାସ୍କ ପରିଧାନକରି ସାମାଜିକ ଦୂରତା ରକ୍ଷା କରନ୍ତୁ । ଅଯଥା ଜନଗହଳିକୁ ଯାଆନ୍ତୁ ନାହିଁ । ଅସୁସ୍ଥତା ଅନୁଭବ କଲେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏପରି କିଛି ଜନହିତର ବାର୍ତ୍ତା ନେଇ ପ୍ରତିଦିନ ସକାଳ ପାହିଲେ ସାଇକେଲ କ୍ୟାରିଅରରେ ପେପରବଣ୍ଡିଲ ସହ ବାହାରିପଡନ୍ତି ଯୁଧିଷ୍ଠିର ସାହୁ । ସେ ପେଶାରେ ଜଣେ ହକରଥିବା ବେଳେ ନିୟମିତ କିଛି ଖବରକାଗଜର ଖବରଦାତାର କାମ ମଧ୍ୟ ତୁଳାଇଥାନ୍ତି । ହେଲେ ସମାଜସେବୀ ଭାବରେ ମଧ ତାଙ୍କର ପରିଚୟ ରହିଛି । ବିଶେଷ କରି କରୋନାର ପ୍ରଥମ, ଦ୍ୱିତୀୟ ଲହର ଓ ଏବେ ତୃତୀୟ ଲହରରେ ମଧ୍ୟ ସେ ତାଙ୍କର ସଚେତନତା ସେବାରେ ବ୍ରତୀ ରହି ସହରର ବିଭିନ୍ନ ଗଳିକନ୍ଦି ବୁଲି ଖବରକାଗଜ ବିତରଣ ସହ ଜନସାଧାରଣଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି କରାଇବା ସହ କାନ୍ଥରେ କରୋନା ସଚେତନତାର ପୋଷ୍ଟର ଛାପିବା ସହ ବିଭିନ୍ନ ବ୍ୟକ୍ତିଙ୍କୁ ମାସ୍କ ବଣ୍ଟନ ତଥା ସାନିଟାଇଜର ଦେଇ କରୋନା ସଚେତନତା କରାଇଥାନ୍ତି । ତାଙ୍କର ଏପରି ସେବା ମନବୃତ୍ତିକୁ ଲୋକମାନେ ବେଶ ଖୁସିପ୍ରକଟ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀଙ୍କ ସହ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ତାଙ୍କର ଏପରି ମହନୀୟତାକୁ ଖୁବ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

14 − 1 =