ଦିନକରେ ଟେଷ୍ଟ ଟପିଲା ୬୦ହଜାର ୨୮୧୯ ନୂଆ କରୋନା ପଜିଟିଭ ଚିହ୍ନଟ, ୯ ମୃତ୍ୟୁ

0 147

ଭୁବନେଶ୍ୱର : କରୋନା ସଂକ୍ରମଣର ସ୍ଥିତି କେବେ ରୋକିବ ଏହାକୁ ନେଇ ଏବେ ସାରା ଦେଶରେ ସଂଶୟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ମଧ୍ୟ ଏହା ବଡ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଗଞ୍ଜାମ ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ଏହାର ବିସ୍ଫୋରକାତ୍ମକ ସ୍ଥିତି ପହଞ୍ଚିଛି । ଏହାକୁ ପ୍ରତିହତ ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରତିଦିନ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରିଛନ୍ତି । ତେବେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରିବା ପରେ ଆଜି ଗୋଟିଏ ଦିନରେ ୬୧ହଜାର ୩୭୯ କରୋନା ଟେଷ୍ଟ କରାଯାଇଛି । ଆର୍‌ଟିପିସିଆର୍‌, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ପରୀକ୍ଷା କରାଯାଇଛି । ତା\’ମଧ୍ୟରୁ ଆର୍‌ଟିପିସିଆର ମାଧ୍ୟମରେ ୭୦୫୪, ଆଣ୍ଟିଜେନ୍ ମାଧ୍ୟମରେ ୫୪୨୪୩ ଓ ଟ୍ରୁନଟ୍ ମାଧ୍ୟମରେ ୮୨ଟେଷ୍ଟିଂ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି । ସେହିପରି ଆଜି ପୁଣି ରାଜ୍ୟରେ ନୂଆ ୨୮୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଘରୋଧ କେନ୍ଦ୍ରରୁ ୧୬୯୧ ଓ ସ୍ଥାନୀୟ ସଂକ୍ରମଣ ୧୧୨୮ । ଆଜିର ସଂଖ୍ୟାକୁ ନେଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୭୫ହଜାର ୫୩୭କୁ ବୃଦ୍ଧି ପାଇଥିବା ବେଳେ ୫୦୫୫୩ କରୋନାରୁ ମଧ୍ୟ ମୁକ୍ତି ପାଇଛନ୍ତି । ଏବେ ମଧ୍ୟ ୨୪୫୮୨ କରୋନା ସକ୍ରିୟ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି କରୋନା ଆଜି ପୁଣି ୯ଜଣଙ୍କ ମୁଣ୍ଡ ଗଡାଇଛି । ତନ୍ମଧ୍ୟରୁ କଟକରୁ ୩ଜଣ, ସୁନ୍ଦରଗଡରୁ ୨ଜଣ, ବଲାଙ୍ଗୀର, ଗଞ୍ଜାମ, ରାୟଗଡା ଓ ମାଲକାନାଗିରିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୯୯ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟ ଦିଆଯାଇଥିବା ସୂଚନା ଅନୁଯାୟୀ ଜିଲ୍ଲାୱାରୀ କରୋନା ପଜିଟିଭ ସଂଖ୍ୟା ଯଥାକ୍ରମେ ଅନୁଗୁଳ ଜିଲ୍ଲାରୁ ୨୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୫ଜଣ, ବରଗଡ଼ ଜିଲ୍ଲାରୁ ୧୩୬ଜଣ, ଭଦ୍ରକ ଜିଲ୍ଲାରୁ ୭୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୬, ବୌଦ୍ଧ ଜିଲ୍ଲାରୁ ୬ଜଣ, କଟକ ଜିଲ୍ଲାରୁ ୨୫୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦୦ଜଣ, ଗଜପତି ଜିଲ୍ଲାରୁ ୬୨ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୨ଜଣ,ଜଗତସିଂହପୁର ଜିଲ୍ଲାରୁ ୪୮ଜଣ, ଯାଜପୁର ଜିଲ୍ଲାରୁ ୧୨୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୩ଜଣ, କଳାହାଣ୍ଡି ଜିଲ୍ଲାରୁ ୫୫ଜଣ, କନ୍ଧମାଳ ଜିଲ୍ଲାରୁ ୪୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୨ଜଣ, କେନ୍ଦୁଝର ୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୪୩ଜଣ, କୋରାପୁଟ ଜିଲ୍ଲାରୁ ୮୧ଜଣ,ମାଲକାନଗିରି ଜିଲ୍ଲାରୁ ୮୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୧୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୩ଜଣ, ନୟାଗଡ଼ ଜିଲ୍ଲାରୁ ୬୪ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୧୦୯ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୭ଜଣ, ସମ୍ବଲପୁର ଜିଲ୍ଲାରୁ ୧୪୫ଜଣ, ସୋନପୁର ଜିଲ୍ଲାରୁ ୧୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୭ଜଣ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

8 − 6 =