ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକେ ଭୟଭୀତ

0 176

ଭୁବନେଶ୍ୱର: ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଜଣେ ବ୍ୟକ୍ତି ଏବେ କରୋନା ପଜିଟିଭ ଥିବା ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ବୋଲି ଜଣାପଡିଛି। ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଖିଲେ ସେ ନିକଟରେ ଦିଲ୍ଲୀରୁ ଫେରିଥିବା କୁହାଯାଇଛି। ଏହାପରେ ଓଡ଼ିଶାକୁ କରୋନା ପୁଣି ଫେରିଥିବା ନେଇ ଆଲୋଚନା ହେଉଥିବା ବେଳେ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏବେ ଉକ୍ତ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଦକ୍ଷିଣ ଏସିଆର ଚାଇନା ଓ ସିଙ୍ଗାପୁରରେ କୋଭିଡ-୧୯ କାୟା ବିସ୍ତାର କରିଥିବା ବେଳେ ଭାରତକୁ ମଧ୍ୟ ବ୍ୟାପିଛି ସଂକ୍ରମଣ । ଏପର୍ଯ୍ୟନ୍ତ କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ୨୫୭ କୋଭିଡ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

hiranchal ad1
Leave A Reply

Your email address will not be published.

3 × 4 =