ରାଜ୍ୟରେ ୧୦ ହଜାର ଡେଇଁଲା ଦୈନିକ ସଂକ୍ରମଣ

0 161

ଭୁବନେଶ୍ୱର ୧୩।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୧୬୦୬ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮୩୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୨୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୭୨ ଜଣ ରହିଛନ୍ତି ।

hiring

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭୮ଜଣ, ବରଗଡ଼ ଜିଲ୍ଲାରୁ ୭୬ଜଣ, ଭଦ୍ରକ ଜିଲ୍ଲାରୁ ୧୩୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୧୬ଜଣ, ବୌଦ୍ଧ ଜିଲ୍ଲାରୁ ୧୫ଜଣ, କଟକ ଜିଲ୍ଲାରୁ ୮୭୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୦ଜଣ, ଗଜପତି ଜିଲ୍ଲାରୁ ୮୨ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୪ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୨ଜଣ, ଯାଜପୁର ଜିଲ୍ଲାରୁ ୨୧୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୧୯ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨୩ଜଣ, କନ୍ଧମାଳ ଜିଲ୍ଲାରୁ ୩୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୧୮୮ଜଣ, କୋରାପୁଟ ଜିଲ୍ଲାରୁ ୧୫୫ଜଣ, ମାଲକାନଗିରି ଜିଲ୍ଲାରୁ ୧୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୨୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୨ଜଣ, ନୟାଗଡ଼ ଜିଲ୍ଲାରୁ ୧୦୨ଜଣ, ନୂଆପଡ଼ା ଜିଲ୍ଲାରୁ ୬୬ଜଣ, ପୁରୀ ଜିଲ୍ଲାରୁ ୨୭୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୧ଜଣ, ସମ୍ବଲପୁର ଜିଲ୍ଲାରୁ ୫୭୦ଜଣ, ସୋନପୁର ଜିଲ୍ଲାରୁ ୧୦୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୪୮ଜଣ, ଷ୍ଟେଟ ପୁଲ୍‌ରୁ ୭୨୪ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୦୧୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୪୩୪୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୮୭୩୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୪୦୩୬୬୭ ସାମ୍ପୁଲ ଟେଷ୍ଟ୍ ହୋଇ

hiranchal ad1
Leave A Reply

Your email address will not be published.

19 − 11 =