ରାଜ୍ୟରେ ଆଉ ନୂଆ ସଂକ୍ରମିତ ୮୫୩, ୬୯ମୃତ

0 100

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ମୃତକଙ୍କ ମଧ୍ୟରେ କଟକ ଏବଂ ଜଗତସିଂହପୁର ଜିଲ୍ଲାରୁ ୧୩ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ, ଅନୁଗୁଳ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ ଲେଖାଏଁ ରହିଥିବା ବେଳେ ଯାଜପୁର ଜିଲ୍ଲାରୁ ୫ଜଣ ରହିଛନ୍ତି । ବାଲେଶ୍ୱର , ଭଦ୍ରକ, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୯ଜଣ, ବାଲେଶ୍ୱର ଜିଲ୍ଲାରୁ ୪୬ଜଣ, ବରଗଡ଼ ଜିଲ୍ଲାରୁ ୧୨ଜଣ, ଭଦ୍ରକ ଜିଲ୍ଲାରୁ ୧୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୧୪୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୧୧ଜଣ, ଜଗତସିଂହୱପୁର ଜିଲ୍ଲାରୁ ୩୨ଜଣ, ଯାଜପୁର ଜିଲ୍ଲାରୁ ୩୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ୩ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮୬, କୋରାପୁଟ ଜିଲ୍ଲାରୁ ୩ଜଣ, ମାଲକାନାଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୨୧ଜଣ, ନୟାଗଡ଼ ଜିଲ୍ଲାରୁ ୨୨ଜଣ, ପୁରୀ ଜିଲ୍ଲାରୁ ୩୫ଜଣ, ରାୟଗଡ଼ା ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୯ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଜଣ, ଷ୍ଟେଟ ପୁଲ୍‌ରୁ ୫୯ଜଣ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

7 + 17 =