ଏଟିଏମ କାର୍ଡ଼ ଲୁଟେରା ଗିରଫ କୋର୍ଟ ଚାଲାଣ

0 166

ଫୁଲବାଣୀ,28/6:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ରୁ ଜଣେ ମହିଳା ଙ୍କ ଏଟିଏମ କାର୍ଡ଼ ଲୁଟ୍ କରି ଟଙ୍କା ଚୋରି ପରେ ଖଜୁରୀପଡ଼ା ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ରଂଜନ କୁମାର ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୁଚନା ଅନୁଯାୟୀ ଖଜୁରୀପଡ଼ା ଥାନା ଅଧିନସ୍ଥ ନଗଲେଜୁ ଗ୍ରାମର ରୂପବତୀ ବେହେରା ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ରୁ ବ୍ୟାଙ୍କ କାର୍ଯ୍ୟ ରେ ଆସିଥିବା ବେଳେ ଝଗଡ଼ପଟ୍ଟା ଗ୍ରାମର ରଂଜନ କୁମାର ବେହେରା ରୂପବତୀ ବେହେରା ଙ୍କୁ ବ୍ଯାଙ୍କ କାମରେ ସହଯୋଗ ବାହାନା କରି ତାଙ୍କର ଏଟିଏମ କାର୍ଡ଼ ଲୁଟ୍ ପରେ ଏଟିଏମ ସହ ଗୁପ୍ତ ନମ୍ବର କାଗଜରେ ଥିବା ଦେଖି ଲାଇନପଡ଼ା ଏଟିଏମ ରୁ ପ୍ରାୟ ୨୦ ହଜାର ଟଙ୍କା ନେଇଥିବା ବେଳେ ରୂପବତୀ ଖଜୁରୀପଡ଼ା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପରେ ଫୁଲବାଣୀ ପୋଲିସ ମୁଖ୍ୟାଳୟ ଇନସ୍ପେକ୍ଟର ସମୀର କୁମାର ରାଉତ ଏହାର ତଦନ୍ତ କରି ଖଜୁରୀପଡ଼ା ପୋଲିସ ସହ ଅଭିଯୁକ୍ତ ରଂଜନ କୁମାର ବେହେରା ଙ୍କୁ ୫୮/୪୦ ୩୭୯ ୪୨୦ ଧାରାରେ ମାମଲା ରୂଜୁ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୁଚନା ପ୍ରଦାନ କରିଛନ୍ତି |

hiring

hiranchal ad1
Leave A Reply

Your email address will not be published.

three × four =