ବିଧାୟକଙ୍କର ହେବ କୋଭିଡ ଟେଷ୍ଟ

0 112


ଭୁବନେଶ୍ୱର: ବିଧାନସଭାର ଅଧିବେଶନ ପୂର୍ବରୁ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ଏନେଇ ତିନିଦିନ ଧରି ଆସନ୍ତା ୨୯,୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ ଦଫାରେ ଏହି ଟିକା ପ୍ରଦାନ କରାଯିବ । ସକାଳ ୮.୩୦ରୁ ଆରମ୍ଭ ହୋଇ ୧.୩୦ରେ ପ୍ରଥମ ଓଳି ଟିକା ଦିଆଯିବାକୁ ଥିବା ବେଳେ ଅପରାହ୍ନ ୩ରୁ ଆରମ୍ଭ ହୋଇ ୫ଟା ପର୍ୟ୍ୟନ୍ତ କରୋନା ଟିକା ଦିଆଯିବା ନେଇ ସୂଚନା ଦିଆଯାଇଛି ।
ରାଜ୍ୟର ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କର ଆର୍ଟିପିସିଆର୍ ଟେଷ୍ଟ କରାଯିବ । ଟିକା ନେଇ ନଥିବା ବ୍ୟକ୍ତି ବିଧାନସଭା ପରିସରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବାଚସ୍ପତି କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − seventeen =