କୋଭିଡ ସମ୍ବନ୍ଧିତ ରିପୋର୍ଟକୁ ନେଇ ଜିଲ୍ଲାବାସୀ ଆତଙ୍କିତ !

0 2,279

ବୌଦ୍ଧ: ବୌଦ୍ଧଜିଲ୍ଲାକୁ ଗତକାଲି ସୁଦ୍ଧା ୩୪୭୦ଜଣ ପ୍ରବାସୀ ଫେରିଥିବା ଓ କ୍ୱାରେଣ୍ଟାଇନ ଅବଧି ପୂରଣକରି ୩୧୨୮ଜଣ ପ୍ରବାସୀ ଘରକୁ ଚାଲିଯାଇଥିବା ତଥ୍ୟ ଜିଲ୍ଲାପ୍ରଶାସନ ପ୍ରକାଶ କରିଛି । ସବୁଠାରୁ ଆତଙ୍କିତ ହେବାର କାରଣ ହେଉଛି ଜିଲ୍ଲାକୁ ୩୪୭୦ ଜଣ ପ୍ରବାସୀ ଇତିମଧ୍ୟରେ ଫେରିଥିଲେ ମଧ୍ୟ ମାତ୍ର ୯୬୨ଜଣଙ୍କ ସ୍ୱାବ ଗତକାଲି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବିଭାଗ ନମୁନା ପରୀକ୍ଷଣ କରାଇଛି । ୨୫୦୮ ଜଣ ପ୍ରବାସୀଙ୍କ ନମୁନା ସଂଗ୍ରହ ହିଁ କରାଯାଇନାହିଁ । ସେହିଭଳି ସୁସ୍ଥ ଥିବା ଦର୍ଶାଯାଇ କ୍ୱାରେଣ୍ଟାଇନ ଅବଧି ପୂରଣ ପରେ ୩୧୨୮ଜଣ ଘରକୁ ଗଲେଣି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ୨୦୦୦ରୁ ଉର୍ଦ୍ଧ୍ୱ ପ୍ରବାସୀଙ୍କୁ ବିନା ସ୍ୱାବ ନମୁନା ପରୀକ୍ଷଣରେ ବିଦାୟ କରିଦିଆଯାଇଛି । ବୌଦ୍ଧ ଜିଲ୍ଲାରେ ଯେଉଁ ୯୬୨ ସ୍ୱାବ ସଂଗ୍ରହ ହୋଇଛି ସେଥିରେ କେବଳ ପ୍ରବାସୀ ଶ୍ରମିକ ନୁହନ୍ତି କୋଭିଡ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସ୍ୱାବ ମଧ୍ୟ ରହିଛି । ତାହାକୁ ଆକଳନକଲେ ବିନା ସ୍ୱାବ ପରୀକ୍ଷାରେ ଘରକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ।
କ୍ୱାରେଣ୍ଟାଇନରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ଲୋକ ଭିନ୍ନଦୃଷ୍ଟିରେ ଦେଖୁଥିବା ଭଳି ଖବର ଗଣମାଧ୍ୟମରେ ନିୟମିତ ପ୍ରକାଶ ପାଉଛି । ତତ୍‌ସହିତ ବିନା ପରୀକ୍ଷାରେ ଘରକୁ ଫେରିଥିବା ପ୍ରବାସୀମାନଙ୍କୁ ନେଇ ପରିବାର ଲୋକ ମଧ୍ୟ ଆତଙ୍କିତ ହେଉଥିବାର ଖବର ମିଳୁଛି । ଜିଲ୍ଲାକୁ ଆସିଥିବା ୭୦ ପ୍ରତିଶତ ପ୍ରବାସୀଙ୍କୁ ପରୀକ୍ଷା କରାଯାଉନଥିବା ତଥ୍ୟକୁ ନେଇ ଜନସାଧାରଣ ମଧ୍ୟ ଆତଙ୍କିତ । କ୍ୱାରେଣ୍ଟାଇନରୁ ଯିବାପରେ ସେମାନଙ୍କୁ ଗୃହାବଦ୍ଧରେ ରହିବାକୁ କୁହାଯାଉଥିଲେ ମଧ୍ୟ ଅନେକ ପ୍ରବାସୀ ତାହାକୁ ନମାନି ସର୍ବସାଧାରଣରେ ମିଳାମିଶା କରୁଥିବା ଯୋଗୁଁ ସାମ୍ଭାବ୍ୟ ସଂକ୍ରମଣ ଆଶଙ୍କା ଲୋକଙ୍କ ମନରେ ଦ୍ୱିଗୁଣିତ କରୁଛି । ସରକାରଙ୍କ ଆଦେଶ ଅନୁଯାୟୀ ଲକ୍ଷଣ ନଥିବା ୭୦ଭାଗ ଲୋକଙ୍କ ପାଖରେ ପଜିଟିଭ ବାହାରୁଛି । ତେଣୁ ସାଧାରଣ ଲୋକ ଏହାକୁ ନେଇ ଭୟ କରିବା ସ୍ୱାଭାବିକ ।

hiranchal ad1
Leave A Reply

Your email address will not be published.

8 − two =