ଏହି ୪ ସହରରେ ବ୍ୟବହାର ହେବେ ଓମିସିୟୋର କିଟ୍‌, ସଙ୍ଗେ ସଙ୍ଗେ ଚିହ୍ନଟ ହେବ ଓମିକ୍ରନ

0 85

ଭୁବନେଶ୍ୱର: ଓମିକ୍ରନ ଟେଷ୍ଟିଂ ପାଇଁ ଓଡିଶାରେ ପହଞ୍ଚିଲା ଓମିସିୟୋର କିଟ୍‌ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍‌ ରାଜ୍ୟକୁ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍‌ନୋଷ୍ଟିକ୍‌ ଲିମିଟେଡ ଟାଟା ଏମ୍‌ଡି ପକ୍ଷରୁ ଓଡିଶାକୁ ଏହି କିଟ୍‌ ପଠାଯାଇଛି । ଓଡିଶରେ ୩୦,୦୦୦ ଓମିସିୟୋର କିଟ୍‌ ପହଞ୍ଚିଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓମିକ୍ରନ କିଟ୍‌ ଓମିସିୟୋରର ୫ଲକ୍ଷ କିଟ୍‌ ପାଇଁ ଅର୍ଡର ଦେଇଛନ୍ତି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟରେ ଟେଷ୍ଟ କରିବା ଦ୍ୱାରା ଭୂତାଣୁ ଚିହ୍ନଟ ହୋଇପାରିବ ।
ପ୍ରାଥମିକ ପର୍ଯ୍ୟାୟରେ ୪ଟି ସହରରେ ଏହି କିଟ୍‌ ବ୍ୟବହାର କରାଯିବାକୁ ଅନୁମତି ମିଳିଛି । ବ୍ରହ୍ମପୁର, ରାଉରକେଲା, କଟକ, ଭୁବନେଶ୍ୱରରେ ଓମିସିୟୋର ବ୍ୟବହାର ହେବ ବୋଲି କୁହାଯାଇଛି । ଓମିସିୟୋର କିଟ୍‌ ବ୍ୟବହାର ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଥାଉକି କରୋନା ପଜିଟିଭ୍‌ ହେଲା ପରେ, ସେହି ନମୁନାକୁ ଜିନୋମ ସିକ୍‌ୱେନ୍ସିଂ ପାଇଁ ପଠାଯାଉଥିଲା । ରିପୋର୍ଟ ଆସିଲା ପରେ ରିପୋର୍ଟ ଓମିକ୍ରନ ପଜିଟିଭ୍‌ କି ନା, ଜଣା ପଡୁଥିଲା । ଏଥିପାଇଁ ସମୟ ଲାଗୁଥିଲା । କିନ୍ତୁ ଏବେ ଆଉ ଅପେକ୍ଷା କରିବାକୁ ପଡିବନି । ଏଣିକି ସହଜ ହେବ ଓମିକ୍ରନ ଟେଷ୍ଟ ।

hiranchal ad1
Leave A Reply

Your email address will not be published.

1 × three =