ଚଣ୍ଡିଖୋଲ : ବଡଚଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଚଣ୍ଡିଖୋଲ ଖେଳ ପଡିଆଠାରେ ଚଳିତ ମାସ ୩ ତାରିଖରୁ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାର କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ । ଆଜି ଶେଷ ଦିବସରେ ଫାଇନାଲ ମ୍ୟାଚ ଖଙ୍କିରା ଢେଙ୍କାନାଳ ସହ ବଡଚଣା ଶାସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ପ୍ରଥମେ ଖଙ୍କିରା ଟସ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଗୋଟି ୱିକେଟ ହରାଇ ୨୭୧ରନ ସଂଗ୍ରହ କରିଥଇଲା । ଏହି ଟାର୍ଗେଟକୁ ପିଛା କରି ବଡଚଣା ଶାସନ କ୍ରିକେଟ ଟିମ ୧୮ ଓଭରରେ ସମସ୍ତ ୱିକେଟ ହରାଇ ୨୧୫ରନ କରି ପରାଜୟ ବରଣ କରିଥିଲା । ଆଜିର ଫାଇନାଲ ମ୍ୟାଚରେ ଖଙ୍କିରା ଢେଙ୍କାନାଳ ବିଜୟ ହୋଇ ଚାମ୍ପିଅନ ହୋଇଥିଲା । ଚାମ୍ପିଅନ ଦଳର ସରୋଜ ଫାଇନାଲ ମ୍ୟାଚରେ ଶେଷ୍ଠ ଖେଳ ପ୍ରଦର୍ଶନ କରି ମ୍ୟାନ ଅଫ ଦ ମ୍ୟାଚ ପାଇଥିଲେ । ସେହିପରି ଉକ୍ତ ଟୁର୍ଣ୍ଣାମେଣ୍ଟରେ ଖୁବ ପ୍ରଶଂସନୀୟ ଖେଳ ପ୍ରଦର୍ଶନ କରି ମ୍ୟାନ ଅଫ ଦି ସିରିଜ ପାଇଥିଲେ ବିଜୟତା ଦଳର ଚନ୍ଦନ ମହାପାତ୍ର । ଚାମ୍ପିଅନ ଓ ରନର୍ସ ଅପ ଦଳକୁ ମୁଖ୍ୟ ଅତିଥି ଡ଼ଃ ହର୍ସବର୍ଦ୍ଧନ ମହଲା, ବିକ୍ରମ ଓଝା ମୁକେଶ ସାହାଣୀ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ମ୍ୟାନ ଅଫ୍ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜ ସମାଜସେବୀ ଅଫ୍ରୋଜ୍ ହୁସେନ, ମୁସ୍ତାକଅଲ୍ଲୀ ଖାନ, ଜବାର ଖାନ ପ୍ରଦାନ କରିଥିଲେ । ଉଦଯାପିତ ସୁଙ୍ଗୁଡା଼ କ୍ରିକେଟ ଟୁର୍ଣାମେଣ୍ଟର ସମସ୍ତ ମ୍ୟାଚକୁ ପ୍ରଶାନ୍ତ ସାହୁ, ପ୍ରଭାତ କୁମାର ନାୟକ ଗୁଲାମ ସାଜିଦ, ସାବିର ଖାନ ଗୟାସ ଉଦ୍ଦିନ ଖାନ, ମହମ୍ମଦ ନଜର, ମୋତି ହୁସେନ, ସହ ସୁଙ୍ଗୁଡା଼ କ୍ରିକେଟ କ୍ଲବର ସମସ୍ତ ସଭ୍ୟ ସାମିଲ ରହିଥିଲେ । ଆଜିର ଫାଇନାଲ ମ୍ୟାଚକୁ ଶହଶହ ସଂଖ୍ୟକ ଦର୍ଶକ ଦେଖିଥିଲେ ।