ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଟକ ଗସ୍ତ

0 62

କଟକ,୨୬/୬:- ଆଜି ଓଡିଶା ସରକାରଙ୍କ ରାଜସ୍ୱମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପୂର୍ବାହ୍ନରେ କଟକ ନଗର ଗସ୍ତ କରି ଗୋପବନ୍ଧୁ ଭବନ (ସମାଜ କାର୍ଯ୍ୟାଳୟ ) ଆସି ଉତ୍କଳମଣି ଗୋପବନ୍ଧୁ ଓ ଆନ୍ୟାନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ମୁଖ୍ୟ ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ସହ ସୌଜନ୍ୟ ମୂଳକ ବାର୍ତ୍ତାଳାପ କରିଥିଲେ । ପରେ ନେତାଜୀଙ୍କ ଓଡ଼ିଆ ବଜାର ଜନ୍ମସ୍ଥାନକୁ ଯାଇ ସେଠାରେ ନେତାଜୀଙ୍କ ପୂର୍ଣ୍ଣାବୟବରେ ପୁଷ୍ପ ମାଲ୍ୟ ଦେଇ ସଂଗ୍ରହାଳୟ ବୁଲି ଦେଖିଥିଲେ । ସେଠାରୁ ହାଇକୋର୍ଟ ବାର ଆସୋସିଏସନ ଯାଇ ବାର ସଭାପତିଙ୍କ ସମେତ ସମସ୍ତ ବରିଷ୍ଠ କନିଷ୍ଠ ଅଧିବକ୍ତାଙ୍କୁ ଭେଟି ସୌଜନ୍ୟ ସାକ୍ଷାତ ସହିତ ରାଜସ୍ୱ ଆଇନ ସମ୍ବନ୍ଧୀୟ ଆଇନରେ ଆବଶ୍ୟକୀୟ ଉଚିତ ସଂଶୋଧନ ପାଇଁ ପରାମର୍ଶ ଲୋଡ଼ିଥିଲେ । ଶେଷରେ ଚଣ୍ଡୀ ମନ୍ଦିର ମାର୍ଗ ସ୍ଥିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କାର୍ଯ୍ୟାଳୟ, ସଂସ୍କୃତି ଭବନ ଯାଇ ବରିଷ୍ଠ ପ୍ରଚାରକ ମାନଙ୍କର ଆଶୀର୍ବାଦ ଲୋଡ଼ିଥିଲେ । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ଗୁଡିକରେ ପ୍ରଦୀପ ସ୍ୱାଇଁ, ରବି ନାରାୟଣ ମିଶ୍ର, ବିଶ୍ୱରଂଜନ ମିଶ୍ର, ହରିଚନ୍ଦନ ନାୟକ, ସୁଶାନ୍ତ ମହାନ୍ତି, ସିକନ୍ଦର ଅଲ୍ଲୀ, ଅଧିବକ୍ତା ବିବେକାନନ୍ଦ ନାୟକ, ପ୍ରସନ ପାଢ଼ୀ, ତୁଷାର ଶତପଥୀ, ମିଲନ ବଡୁ, ସତ୍ୟବ୍ରତ ମହାନ୍ତି ,ମାନସ ରଞ୍ଜନ ମହାନ୍ତି,ବିଭୁ ପ୍ରସାଦ ନାୟକ,କଳ୍ପନା ପଟ୍ଟନାୟକ,ନିକୁଞ୍ଜ ଦେଓ,କୃଷ୍ଣ ଚନ୍ଦ୍ର ମହାପାତ୍ର, ପ୍ରେମ ମହାନ୍ତି ଓ ଶଙ୍କରାଚାର୍ଯ୍ୟ ଚୌଧୁରୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

hiranchal ad1
Leave A Reply

Your email address will not be published.

fifteen − two =