ଆଶୀର୍ବାଦଙ୍କୁ ସୁପ୍ରିମକୋର୍ଟରୁ କ୍ଲିନ୍‌ଚିଟ୍‌ ସତ୍ୟ, ନ୍ୟାୟ ଓ ଧର୍ମର ବିଜୟ- ଆଶୀର୍ବାଦ

0 1,196

କଟକ : ବହୁଚର୍ଚ୍ଚିତ କଟକ ବାରବାଟୀ ପ୍ୟାଲେସ ମାମଲାରେ ଆଶୀର୍ବାଦଙ୍କୁ ସୁପ୍ରିମକୋର୍ଟରୁ କ୍ଲିନଚିଟ୍‌ ମିଳିଛି । ଏକ ଲମ୍ବା ଆଇନଗତ ଲଢେଇପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ରାୟ ଆଶୀର୍ବାଦଙ୍କୁ ଆଶ୍ୱସ୍ତି ଦେଇଛି । ବିଳମ୍ବ ହେଲେ ବି ଶେଷରେ ସତ୍ୟର ବିଜୟ ହୋଇଛି । ଭାରତୀୟ ଆଇନ ବ୍ୟବସ୍ଥା ଉପରେ ବିଶ୍ୱାସ ଓ ଭଗବାନଙ୍କ ଉପରେ ଭରସା ଥିଲା ଯଦ୍ୱାରା ବହୁ ବାଧାବିଘ୍ନ ସତ୍ତତ୍ତ୍ୱ ଶେଷରେ ସତ୍ୟର ବିଜୟ ହେଲା । ଯେତେ ଚେଷ୍ଟା କଲେବି ସତ୍ୟର କଣ୍ଠରୋଧ କରଯାଇନପାରେ । ସତ୍ୟର କଣ୍ଠରୋଧ ସାମୟିକ କରାଯାଇପାରେ ମାତ୍ର ଶେଷରେ ସତ୍ୟର ବିଜୟ ସୁନିଶ୍ଚିତ । କଳଙ୍କର କଳାବାଦଲ ସତ୍ୟକୁ ସବୁଦିନପାଇଁ ଅନ୍ଧାରରେ ରଖିପାରିବନାହିଁ । ଶେଷରେ ସତ୍ୟର ଆଲୋକ ପ୍ରକାଶିତ ହେବ । ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ରାୟ ତାହା ପ୍ରମାଣିତ କରିଛି । ମିଥ୍ୟା ଅଭିଯୋଗ ଓ ଷଡଯନ୍ତ୍ରପୂର୍ଣ୍ଣ କାର୍ଯ୍ୟ ବିରୁଦ୍ଧରେ ସତ୍ୟର ବିଜୟ ହୋଇଛି ବୋଲି ଶ୍ରୀ ବେହେରା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସୁଚନାଯୋଗ୍ୟ ଯେ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ସିବିଆଇ ଫାଇନାଲ ରିପୋର୍ଟ ଦାଖଲ କରିଛି । ଏଥିରେ କୌଣସି ବିଚାରଯୋଗ୍ୟ ତଥ୍ୟ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ଏହି ମାମଲାରେ ଇନକନ୍‌ ଆସୋସିଏଟସ୍‌କୁ ମାନ୍ୟବର ସୁପ୍ରିମକୋର୍ଟ ଦୋଷମୁକ୍ତ କରିଛନ୍ତି । ତକ୍ରାଳୀନ ଓସିଏ ସଂପାଦକ ଆଶୀର୍ବାଦ ବେହେରା ତ୍ରୁଟି କରିନଥିବା ସୁପ୍ରିମକୋର୍ଟ କହିଛନ୍ତି । ଇନ୍‌କନ୍‌ ଆସୋସିଏଟସ୍‌ ମଧ୍ୟ କୌଣସି ତ୍ରୁଟି କରିନଥିବା କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସିବିଆଇ ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପରେ ଏହି ମାମଲା ଆପାତତଃ ଶେଷ ହୋଇଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଜିର ଏହି ନ୍ୟାୟ ପ୍ରଦାନକୁ ଓଡିଶାର ଅନେକ କ୍ରୀଡାନୁଷ୍ଠାନ ଓ ରାଜ୍ୟର ଅନେକ କ୍ରିକେଟ ପ୍ରଶାସକ ସ୍ୱାଗତ କରିଛନ୍ତି । ଜିଲ୍ଲା କ୍ରିକେଟ ଆସୋସିଏସନ ବୌଦ୍ଧ ତରଫରୁ ସଭାପତି ଯୁଗଳ କିଶୋର ସାମଲ, ସଂପାଦକ ଲମ୍ବୋଦର ପୁରୋହିତ ଏହି ରାୟକୁ ସ୍ୱାଗତ କରିବାସହ ଆଶୀର୍ବାଦ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

four × one =