ବଙ୍ଗୋପସାଗରରେ ବାତ୍ୟା ‘ହାମୁନ୍’, ଭିଜେଇବ ପାର୍ବଣ !

0 107

ଧୋଇଯିବ ପାର୍ବଣ ! ଆସୁଛି ବାତ୍ୟା । ବଙ୍ଗୋପସାଗରରେ ରହିଛି ବାତ୍ୟା ଆଶଙ୍କା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ । ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ।
ଯଦି ବାତ୍ୟାର ରୂପ ନିଏ ନାଁ ରହିବ ‘ହାମୁନ୍’ । ଏହା ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆଜି ମଧ୍ୟାହ୍ନରୁ ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ସମ୍ଭାବ୍ୟ ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ଯିବ ବାଂଲାଦେଶ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣରେ ୬୧୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଦୀଘାଠାରୁ ୭୬୦ କିଲୋମିଟର ଦକ୍ଷିଣରେ ଅବପାତ ସୃଷ୍ଟି ହୋଇଛି । ବାତ୍ୟା ପ୍ରଭାବରେ ଘଣ୍ଟାପ୍ରତି ୬୦ ରୁ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ବାତ୍ୟାର ବେଗ ସର୍ବାଧିକ ୮୦ କିମି ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟା ଉପରେ ଆଇଏମଡି ସ୍ବତନ୍ତ୍ର ନଜର ରଖିଛି ।

hiranchal ad1
Leave A Reply

Your email address will not be published.

2 × two =