ରାସ୍ତା ଅବସ୍ଥା ସୁଧୁରିବ କେବେ ?

0 605

ବୌଦ୍ଧ- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତର ସରଧାପୁର ଗ୍ରାମକୁ ଯିବାକୁ ସବୁଦିନିଆ ରାସ୍ତା ନଥିବାରୁ ଗ୍ରାମବାସୀ ବର୍ଷାଦିନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ପଞ୍ଚାୟତ ସଦର ମହକୁମା ଦପଲା ଗ୍ରାମରୁ ସରଧାପୁରକୁ ସଂଯୋଗ କରୁଥିବା ଏହି ମାଟି ରାସ୍ତାରେ ପ୍ରତିବର୍ଷ ବ୍ଲକ ଓ ପଞ୍ଚାୟତ ସଂସ୍ଥା ପକ୍ଷରୁ କିଛି କିଛି ମାଟି ମୋରମ କାମ କରାଯାଇ ଠିକାଦାରମାନଙ୍କୁ ପୋଷାଯାଏ କିନ୍ତୁ ରାସ୍ତାର ଅବସ୍ଥା କେବେ ସୁଧୁରି ପାରେନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚଳିତବର୍ଷ ଗ୍ରାମକୁ ପାନୀୟଜଳ ଯୋଗାଣ ପ୍ରକଳ୍ପର ପାଇପ ପୋତା କାମ ଚାଲିଥିବାବେଳେ ଠିକାଦାର ରାସ୍ତା ମଝିରେ ଗାତଖୋଳି ରାସ୍ତାର ଅବସ୍ଥା ଖରାପ କରିଦେଇଛି । ସାମାନ୍ୟ ବର୍ଷାହେଲେ ରାସ୍ତାର ଅବସ୍ଥା ବେହାଲ ହୋଇପଡୁଛି । ଦପଲା –ସରଧାପୁର ରାସ୍ତାକୁ ସବୁଦିନିଆ ପକ୍କାରାସ୍ତା କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − 3 =