ବୌଦ୍ଧ: ଆଜି ହରଭଙ୍ଗା ବ୍ଲକ ରାମଗଡ ସେବା ସମବାୟ ସମିତିରେ ରବିଧାନ ମଣ୍ଡି ଆରମ୍ଭ କରାଯାଇଛି । ସକାଳେ ଆବଶ୍ୟକ ପୂଜାର୍ଚ୍ଚନା ପରେ ରବିଧାନ କ୍ରୟ ଆରମ୍ଭ ହୋଇଥିଲା । ଧାନ କିଣିବା ପାଇଁ ମଣ୍ଡିକୁ ରାଣୀସତୀ ରାଇସ୍ ମିଲ୍ ଓ ମାଁ ପେଡି ଇଣ୍ଡଷ୍ଟ୍ରୀର ଦୁଇଟି ଟ୍ରକ୍ ଆସିଥିଲା ।
ପ୍ରଥମ ଦିନରେ ଶିବକୁମାର ଡାଙ୍ଗ, ଲୋକେଶ କୁମାର ସେଠୀ, ମାର୍କଣ୍ଡ ଡାଙ୍ଗ, ଚନ୍ଦ୍ରଶେଖର ଖମାରୀ, ମହେଶ୍ୱର ବାଘ ଓ ସତ୍ୟାନନ୍ଦ ପୋଢଙ୍କଠାରୁ ୩୯୬ କୁଇଣ୍ଟାଲ ୭୨କେଜି ଧାନ କ୍ରୟ କରାଯାଇଥିଲା । ରାମଗଡ ସେବା ସମବାୟ ସମିତିରେ ମୋଟ ୯୫ ଜଣ ଚାଷୀ ରବିଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଥିବା ସମିତିର ସଂପାଦକ ନିରୋଦ ପାତ୍ରଙ୍କ ଠାରୁ ସୂଚନା ମିଳିଛି ।