ବୌଦ୍ଧ – ବୌଦ୍ଧ ତହସିଲ୍ ଅନ୍ତର୍ଗତ ଦହ୍ୟା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦୁଇ ମାସ ତଳେ ଆସିଥିବା ବାତ୍ୟାରେ ଭାଙ୍ଗି ଯାଇଥିଲା l କାର୍ଯ୍ୟାଳୟର ଟିଣ ଛପର ପବନରେ ଉଡି ଯାଇଥିଲା l ସେଗୁଡିକ ସଂଗ୍ରହ କରି ଉପରେ ଲଦି ଦିଆଯାଇ ଥିଲା | ବର୍ଷା ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବର୍ଷା ପାଣି ଗଳୁଥିବl ଯୋଗୁଁ ଭିଜି ନଷ୍ଟ ହୋଇ ଗଲାଣି l
କାର୍ଯ୍ୟାଳୟର ମରାମତି ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବା ହେତୁ ଆହୁରି ଅନେକ ରେକର୍ଡ ନଷ୍ଟ ହେବାର ସମ୍ଭାବନା ରହିଛି | ବନ୍ୟା ବାତ୍ୟା ବେଳେ ରାଜସ୍ୱ ନିରୀକ୍ଷକ ମାନେ ଲୋକଙ୍କୁ ରିଲିଫ ଓ ସହାୟତା ଯୋଗାଇ ଦେଇଥାଆନ୍ତି ମାତ୍ର ରାଜସ୍ୱ ନିରୀକ୍ଷକ ନିଜେ ଅସହାୟ ଓ କାର୍ଯ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ରହିଥିବା ଯୋଗୁଁ ଲୋକେ ମଧ୍ୟ ହଇରାଣ ହେଉଛନ୍ତି | ଏ ଦିଗରେ ରାଜସ୍ୱ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବି ହେଉଛି l