ଦାରିଙ୍ଗବାଡି,23/3: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଉପକରଣ ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ସୁବାସିନି ଦିଗାଲ,ରାପଡ଼ାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚାରୁଶିଳା ମଲ୍ଲିକ, ବିଜୁ ଜନତା ଦଳର ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତିଶ ପ୍ରିୟଦର୍ଶୀ ସାହୁ, ଶିକ୍ଷକ ବିଦେଶୀ ନାୟକ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ବକ୍ତବ୍ୟରେ ଉତ୍ସାହିତ କରି ଉପକରଣ ବଂଟନ କରିଥିଲେ । କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ଅଧ୍ୟକ୍ଷତା କରିଥିବାବେଳେ ଦାରିଙ୍ଗବାଡି ସିଆରସିସି ଶ୍ୟାମସୁନ୍ଦର ଦିଗାଲ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ୬ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରାଇ ସାଇକେଲ, ୨୧ ଜଣଙ୍କୁ ହୁଇଲ ଚେଆର, ୧୦ ଜଣଙ୍କୁ ଶ୍ରବଣ ଯନ୍ତ୍ର, ୩ ଜଣଙ୍କୁ ରୁଲେଟର, ୧୧ ଜଣଙ୍କୁ ଆଶା ବାଡି, ୨୦ ଜଣଙ୍କୁ ଏମଆର କୀଟ, ୨ଜଣଙ୍କୁ ବ୍ରେଲସେଟ,୪ ଜଣଙ୍କୁ ବ୍ଲାଇଣ୍ଡ ଷ୍ଟିକ,୧୦ ଜଣଙ୍କୁ ଡାଇସ୍ପେଆର ପ୍ରଦାନ କରାଯାଇଥିଲା । ସମୁଦାୟ ୮୭ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପକରଣ ବଂଟନ କରାଯାଇଛି । କାର୍ଯ୍ୟକ୍ରମରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ ଷଡଙ୍ଗୀ, ରଶ୍ମିତା ସେନାପତି , ଶିକ୍ଷୟତ୍ରୀ ରଞ୍ଜୁ ବଳିଆରସିଂ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶ୍ୟାମସୁନ୍ଦର ଦିଗାଲ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।